Odiapua.com

COVID-୧୯ – ଭାରତରେ କରୋନା ଆକ୍ରାନ୍ତ ୫୬, ୩୪୨ ଏବଂ ୧୮୮୬ ମୃତ୍ୟୁ

ନୂଆ ଦିଲ୍ଲୀ ୮-୫ (ଓଡ଼ିଆ ପୁଅ) ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ଆଜି ସକାଳ ୮ଟା ସମୟ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ମୋଟ ଆକ୍ରାନ୍ତ ୫୬,୩୪୨ ଥିବା ବେଳେ ସକ୍ରିୟ ଆକ୍ରାନ୍ତ ୩୭, ୯୧୬ ଅଛନ୍ତି ଏବଂ ସେମାନେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ୧୬,୫୪୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି କିମ୍ବା ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଏ ପର୍ଯ୍ୟନ୍ତ ଦେଶରେ ୧୮୮୬ ଜଣଙ୍କର ମୃତ୍ୟୁ ହୋଇଛି।