Odiapua.com

ପୁଣି ରାଜ୍ୟରେ କରୋନା ନେଲା ୬ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୧୦୩ କୁ ବୃଦ୍ଧି

ଭୁବନେଶ୍ୱର ୨୧-୭ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୬ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୦୩ କୁ ବୃଦ୍ଧି ପାଇଛି।

କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ରାୟଗଡା, ଗଜପତି, କଟକ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ କରୋନା କାରଣରୁ ହୋଇଛି।

ଅନ୍ୟ କାରଣରୁ ୨ ଜଣ କରୋନା ପଜିଟିଭ୍ ଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ମୃତକଙ୍କ ସଂଖ୍ୟା ୩୦ କୁ ବୃଦ୍ଧି ହୋଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଛଅ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- କେନ୍ଦ୍ରାପଡା ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଇଣ୍ଟ୍ରା-କ୍ରାନିଆଲ୍ ରକ୍ତସ୍ରାବରେ ମଧ୍ୟ ପୀଡିତ ଥିଲେ।
୨- କଟକ ଜିଲ୍ଲାର ୨୬ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୩- ଗଜପତି ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୪- ଜଗତସିଂହପୁର ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ଫୁସଫୁସ କର୍କଟରେ ପୀଡିତ ଥିଲେ।
୫- ଖୋର୍ଦ୍ଧା ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରୋନିକ୍ ବ୍ରୋଙ୍କାଇକ୍ଟାସିସ୍ ରୋଗରେ ପୀଡିତ ଥିଲେ।
୬- ରାୟଗଡା ଜିଲ୍ଲାର ଜଣେ ୭୪ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

ଅନ୍ୟାନ୍ୟ କାରଣରୁ ଦୁଇ କୋଭିଡ ପଜିଟିଭ ରୋଗୀଙ୍କ ହୋଇଛି

୧- ଓଭାରି, ହାଇପରକାଲେମିଆ ଏବଂ ଆକ୍ୟୁଟ୍ କିଡନୀ ଆଘାତ କାରଣରୁ ସୁନ୍ଦରଗଡ ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି।

୨- ଫୁସଫୁସ କର୍କଟ ହେତୁ ପୁରୀ ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି।