Odiapua.com

ଧୂମପାନକାରୀ ଏବଂ ଶାକାହାରୀ ଲୋକଙ୍କଠାରେ କରୋନା ସଂକ୍ରମଣ ବିପଦ କମ୍ !

ନୂଆଦିଲ୍ଲୀ: କାଉନ୍ସିଲ ଅଫ ସାଇଣ୍ଟିଫିକ ଏଣ୍ଡ ଇଣ୍ଡଷ୍ଟ୍ରୟାଲ ରିସର୍ଚ୍ଚ (CSIR) ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଧୂମପାନକାରୀ ଏବଂ ଶାକାହାରୀ ମାନଙ୍କୁ କୋଭିଡ୍ -୧୯ ସଂକ୍ରମଣ ହେବାର ଆଶଙ୍କା କମ୍। ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଯଦିଓ କରୋନା ଜୀବାଣୁ ଏକ ଶ୍ଵାସକ୍ରିୟା ଜନିତ ରୋଗ କିନ୍ତୁ, ଧୂମପାନ କରୋନା ସଂକ୍ରମଣ ରୋକିବାରେ ସକ୍ଷମ ହୋଇପାରେ। କାରଣ ଧୂମପାନ ମ୍ୟୁକସ୍ ଉତ୍ପାଦନକୁ ବଢ଼ାଇଥାଏ। ଯାହା ଫାଷ୍ଟ ଲାଇନ୍ ଅଫ ଡିଫେନ୍ସ ଭାବରେ କାର୍ଯ୍ୟ କରିଥାଏ।

ଧୂମପାନକାରୀ କରୋନା ଆକ୍ରାନ୍ତ ହେବାର ଆଶଙ୍କା କ୍ଷୀଣ –
ଫ୍ରାନ୍ସରେ ଦୁଇଟି ଅଧ୍ୟୟନ ଏବଂ ଇଟାଲୀ- ନ୍ୟୁୟର୍କ ଏବଂ ଚାଇନାରେ ସମାନ ରିପୋର୍ଟ ଆସିଥିଲା କି ଧୂମପାନକାରୀଙ୍କ ମଧ୍ୟରେ କରୋନା ସଂକ୍ରମଣ ଆଶଙ୍କା କ୍ଷୀଣ। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (CDC) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ମଧ୍ୟ ଏହିପରି ଏକ ତଥ୍ୟ ପ୍ରକାଶ ପାଇଥିଲା। ଏହି ଅଧ୍ୟୟନରେ କୋଭିଡ୍ -୧୯ ପଜିଟିଭ୍ ସଂକ୍ରମିତ ୭,୦୦୦ରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଆମେରିକାର ଜନସଂଖ୍ୟାର ୧୪ ପ୍ରତିଶତ ଲୋକ ଧୂମପାନ କରୁଥିବା ବେଳେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ମାତ୍ର ୧.୩% ଧୂମପାନ କରୁଛନ୍ତି। ସେହିଭଳି ୟୁନିଭରସିଟି କଲେଜ ଲଣ୍ଡନର (UCL) ଏକାଡେମିକ୍ସ ବ୍ରିଟେନ, ଚୀନ୍, ଆମେରିକା ଏବଂ ଫ୍ରାନ୍ସରେ ଏହିପରି ୨୮ଟି ଅଧ୍ୟୟନର ବିଶ୍ଳେଷଣ ରିପୋର୍ଟ ଅନୁଯାୟୀ କୋଭିଡ୍ -୧୯ ସଂକ୍ରମିତ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ମଧ୍ୟରେ ଧୂମପାନକାରୀଙ୍କ ସଂଖ୍ୟା କମ୍ ଥିଲା। ସେହିପରି କରୋନା ସଂକ୍ରମଣ ବିପଦ ଏବଂ ଧୂମପାନ ମଧ୍ୟରେ ଥିବା ସମ୍ବଦ୍ଧବୁ ବୁଝିବା ପାଇଁ ଜିନ-ଜିନ ଝାଙ୍ଗରେ କରାଯାଇଥିବା ଏକ ପୃଥକ ଅଧ୍ୟୟନରୁ ଜଣାପଡ଼ିଛି ଯେ ସେଠାରେ କେବଳ ୯ ଜଣ ରୋଗୀ (୬.୪%) ଏମିତି ରୋଗୀ ଥିଲେ ଯିଏ କେବେ ଧୂମପାନ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୭ ଜଣ ଏମିତି ଥିଲେ ଯିଏ ଧୂମପାନ ଛାଡ଼ି ଦେଇଥିଲେ। ଅଧ୍ୟୟନରୁ ଜଣାପଡ଼ିଲା ଯେ ଧୂମପାନକାରୀ ମାନଙ୍କୁ “ସାର୍ସ- କୋବି- ୨” ସଂକ୍ରମିତ ହେବାର ଆଶଙ୍କା କମ୍ ଥାଏ। ଏହି ତଥ୍ୟ ଫ୍ରାନ୍ସରେ ଏକ ଜନସ୍ୱାସ୍ଥ୍ୟ ତଥ୍ୟ ଅଧ୍ୟୟନ ଦ୍ୱାରା ମଧ୍ୟ ପ୍ରମାଣିତ ହୋଇଥିଲା। ଯେଉଁଥିରେ ଜଣାପଡିଛି ଯେ ସମାନ ବୟସ ଏବଂ ଶ୍ରେଣୀର ଧୂମପାନକାରୀ (ମହିଳା କିମ୍ବା ପୁରୁଷ) ଧୂମପାନକାରୀଙ୍କୁ କୋଭିଡ -୧୯ ସଂକ୍ରମିତ ହେବାର ଆଶଙ୍କା ୮୦ ପ୍ରତିଶତ କମ୍ ଥାଏ।

ଶାକାହାରୀ ଖାଦ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ –
ସର୍ବେକ୍ଷଣରୁ ଏହା ଜଣାପଡ଼ିଛି ଯେ ଫାଇବରରେ ଭରପୂର ଶାକାହାରୀ ଖାଦ୍ୟ କରୋନା ସଂକ୍ରମଣ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିବାରେ ଏକ ପ୍ରମୂଖ ଭୂମିକା ଗ୍ରହଣ କରିପାରେ। କାରଣ ଏହା ପେଟରେ ବ୍ୟାକ୍ଟେରିଆରେ ପରିବର୍ତ୍ତନ କରି ଆଣ୍ଟି- ଇନ୍‌ଫ୍ଲାମେଟୋରୀ ଭଳି କାର୍ଯ୍ୟ କରିବାର କ୍ଷମତା ରଖିଥାଏ। ୧୪୦ ଜଣ ଡାକ୍ତର ଏବଂ ଅନୁସନ୍ଧାନକାରୀ ବୈଜ୍ଞାନିକ ମାନଙ୍କ ଏକ ଟିମ୍ “ସାର୍ସ- କୋବି- ୨” ବିରୁଦ୍ଧରେ ଆଣ୍ଟିବଡି ଗୁଡ଼ିକର ଉପସ୍ଥିତି ଏବଂ ସଂକ୍ରମଣର ସମ୍ଭାବ୍ୟ ବିପଦ କାରଣକୁ ନିଷ୍କ୍ରିୟ କରିବାର କ୍ଷମତା ଜାଣିବା ପାଇଁ ଏହି ଅଧ୍ୟୟନ କରିଥିଲେ। ଏହି ଅଧ୍ୟୟନରେ ୪୦ରୁ ଅଧିକ ଲ୍ୟାବ୍ ଏବଂ କେନ୍ଦ୍ରରେ କାମ କରୁଥିବା ଲୋକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ସମୁଦାୟ ୧୦,୪୨୭ ଜଣ ଲୋକ ସାମିଲ ହୋଇଥିଲେ। ସମସ୍ତେ ସ୍ୱେଚ୍ଛାକୃତ ଭାବେ ଏହି ଅଧ୍ୟୟନରେ ଅଂଶଗ୍ରହଣ କରିଥିଲେ।
ବୈଧାନିକ ଚେତାବନୀ: ଧୂମପାନ ସ୍ୱାସ୍ଥ୍ୟ ପ୍ରତି ହାନିକାରକ
-@Dr

ସୌଜନ୍ୟ: ଜି ନ୍ୟୁଜ୍ https://zeenews.india.com/hindi/india/smoking-and-eating-vegetarian-food-reduce-the-risk-of-corona-by-up-to-80-percent-csir-study/890085