Odiapua.com

COVID-19 : ଆନ୍ତଃ ରାଜ୍ୟ ପରିବହନ ବସ୍ ସେବା ସ୍ଥଗିତ: ଭାରତର ୭୫ ଟି ଜିଲ୍ଲା ଲକଡାଉନ୍ ନିଷ୍ପତ୍ତି – ମେଟ୍ରୋ ରେଳ ସେବାକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ

ନୂଆ ଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) କରୋନାଭାଇରସ୍ ଦେଶରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆନ୍ତଃ ରାଜ୍ୟ ପରିବହନ ବସ୍ ସେବା ସମେତ ଅଣଆବଶ୍ୟକ ଯାତ୍ରୀ ପରିବହନରେ ପ୍ରତିବନ୍ଧକକୁ ମାର୍ଚ୍ଚ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସମସ୍ତ ମେଟ୍ରୋ ରେଳ ସେବାକୁ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏତଦ୍ ବ୍ୟତୀତ ୭୫ ଟି ଜିଲ୍ଲା ଯେଉଁ ଜିଲ୍ଲାଗୁଡ଼ିକରେ କରୋନାଭାଇରସ୍ ଟେଷ୍ଟ ପଜିଟିଭ୍ ଆସିଛି ସେହି ଜିଲ୍ଲାମାନଙ୍କୁ ରାଜ୍ୟସରକାରଙ୍କର ସହିତ ଆଲୋଚନା କରିବା ପରେ ସମ୍ପୂର୍ଣ୍ଣ ଲକଡାଉନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ରବିବାର ପୂର୍ବାହ୍ନରେ କ୍ୟାବିନେଟ ସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବଙ୍କ ସହ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।