Odiapua.com

କୋଭିଡ୍- ୧୯ ମହାମାରୀ; ଏକ ବିନମ୍ର ନିବେଦନ: ବିଷ୍ଣୁ ସେଠୀ

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣ ନେଇ ଆଜି ସମସ୍ତେ ଆତଙ୍କିତ। ସବୁ ସ୍ତରରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରୀ ରହିଛି। ଏ’ ଭିତରେ କରୋନା ମହାମାରୀ ନେଇ ଏକ ନିବେଦନ କରିଛନ୍ତି ମାନନୀୟ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ। ବିଷ୍ଣୁ ସେଠୀ କହିଛନ୍ତି, “ଭଦ୍ରକ ଜିଲ୍ଲାର ସମସ୍ତ ସଚେତନ ନାଗରିକ ମାନଙ୍କୁ ମୋର ବିନମ୍ର ଅନୁରୋଧ, ସାମ୍ପ୍ରତିକ ବିଶ୍ୱ ମହାମାରୀ କରୋନାରୁ ମୁକ୍ତ ହେବା ପାଇଁ ପ୍ରଥମେ ଆମେ ନିଜକୁ ନିଜେ ସଚେତନ ହେବା। ଆମମାନଙ୍କୁ ଏହି ବିପଦ ସମୟରେ ସାହାଯ୍ୟ, ସହଯୋଗ କରିବା ପାଇଁ ଯେଉଁ ସରକାରୀ ଅଧିକାରୀ ମାନେ ଆମମାନଙ୍କୁ ଶୃଙ୍ଖଳିତ ହେବା ନେଇ ବାରଣ କରୁଛନ୍ତି, ତାହାକୁ ଆମେ ମାନିବା ଉଚିତ୍। ଆମ ପରି ସରକାରୀ ଅଧିକାରୀ ମାନଙ୍କର ମଧ୍ୟ ଜୀବନ ଅଛି, ପରିବାର ଅଛି ଓ ସଂସାର ଅଛି। ବାଲେଶ୍ୱର ଏବଂ ଜି-ଉଦୟଗିରୀରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ଯେପରି ବ୍ୟବହାର କରାଗଲା, ତାହା ଅତ୍ୟନ୍ତ ଅମାନବୀୟ। ଏହାକୁ ମୁଁ ଦୃଢ଼ ନିନ୍ଦା କରୁଛି। ସେମାନଙ୍କୁ ଆମେ ସାହାଯ୍ୟ ସହଯୋଗ କରିବା ଆମର ଏକାନ୍ତ କର୍ତ୍ତବ୍ୟ”।