Odiapua.com

ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ଦିନ ଆଲୋକରେ ଦୁର୍ନୀତି ଏମିତି ହେଉଛି, ସାରା ରାଜ୍ୟରେ କ’ଣ ହେଉନଥିବ କିଏ କହିବ?

ଭୁବନେଶ୍ୱର/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ୍ ନିମିନା ପଞ୍ଚାୟତରେ “ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା”ର ଅନ୍ତର୍ଭୁକ୍ତ କାର୍ଯ୍ୟାଦେଶର ଏକ ଫଳକରେ ଦୁର୍ନୀତି ଜଳଜଳ ହୋଇ ବାରିପଡ଼ୁଛି ବୋଲି କହିଛନ୍ତି ବିଜେପି ନେତ୍ରୀ ଅନୀତା ଶୁଭଦର୍ଶିନୀ। ଅନୀତା ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଫଳକଟିର ଫଟୋ ପୋଷ୍ଟ୍ କରି କହିଛନ୍ତି, ଫଳକରେ କାର୍ଯ୍ୟାଦେଶର ଆରମ୍ଭ କିମ୍ବା ଶେଷ ସମୟ ସୀମା ନିର୍ଦ୍ଧାରଣ କରାଯାଇନାହିଁ, କିନ୍ତୁ କାର୍ଯ୍ୟାଦେଶର ଅଟକଳ ମୂଲ୍ୟ ଦର୍ଶାଯାଇଛି। ଯାହାକି ଏକ ଆଶ୍ଚର୍ଯ୍ୟ କଲାଭଳି କାର୍ଯ୍ୟ! ଆସ୍କା ବିଧାୟକ, ସାଂସଦ ଏବଂ ଜିଲ୍ଲା ପ୍ରଶାସନର ବିଜୁ ଜନତା ଦଳ ପାଇଁ ଏହା ଏକ ନିର୍ବାଚନୀ ପାଣ୍ଠି ସଂଗ୍ରହର ମାଧ୍ୟମ ନୁହେଁ ତ ବୋଲି ଅନୀତା ପ୍ରଶ୍ନ କରିଛନ୍ତି। ଯଦି ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ଦିନ ଆଲୋକରେ ଦୁର୍ନୀତି ଏମିତି ହେଉଛି, ତା’ହେଲେ ସାରା ରାଜ୍ୟରେ କ’ଣ ହେଉନଥିବ କିଏ କହିବ? ବୋଲି ଅନୀତା ପ୍ରଶ୍ନ କରିଛନ୍ତି।
-/Dev@Dr