Odiapua.com

୬୦ ପାର ହେଲା ଭାରତରେ କରୋନାଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା – ଚିକିତ୍ସା କେମିତି ହେଉଛି ଜାଣନ୍ତୁ

ନୂଆ ଦିଲ୍ଲୀ ୧୧-୩ (ଓଡ଼ିଆ ) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ମାର୍ଚ୍ଚ ୧୧ ବୁଧବାର ପର୍ଯ୍ୟନ୍ତ ଭାରତରେ ପଜିଟିଭ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ପହଁଚିଛି। ସମଗ୍ର ବିଶ୍ୱରେ ଏହି ଭୁତାଣୁ ଯୋଗୁଁ ୪, ୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି।

ବୁଧବାରଦିନ ମୁମ୍ବାଇରେ କରୋନାଭାଇରସର ପ୍ରଥମ ଦୁଇଟି ପଜିଟିଭ୍ କରୋନା ସଂକ୍ରମିତଙ୍କ ରୋଗୀ ଚିହ୍ନଟ ହୋଇଛନ୍ତି। ବୁଧବାରଦିନ ଦିଲ୍ଲୀ ଏବଂ ରାଜସ୍ଥାନରେ ଦୁଇଟି ପଜିଟିଭ୍ କରୋନା ସଂକ୍ରମିତ କେସ୍ ମଧ୍ୟ ଜଣାପଡ଼ିଛି। ତେବେ ଏହି କ୍ରମରେ ଦେଶରେ ରିପୋର୍ଟ କରାଯାଇଥିବା ମୋଟ କରୋନା ସଂକ୍ରମିତଙ୍କର ସଂଖ୍ୟା ୬୦ ପହଁଚିଛି। କିନ୍ତୁ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ ଏହି ସଂଖ୍ୟା ୬୩ ବୋଲି କୁହାଯାଉଛି।

କର୍ଣ୍ଣାଟକ, କେରଳ, ଏବଂ ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମଣ ହୋଇଥିବା କନଫର୍ମ ହୋଇଛି।

ମୁମ୍ବାଇ ପ୍ରଥମ ଦୁଇଟି ଟେଷ୍ଟ ପଜିଟିଭ୍ : ବୁଧବାର ମୁମ୍ବାଇ କରୋନାଭାଇରସର ପ୍ରଥମ ଦୁଇଟି ପଜିଟିଭ୍ କରୋନା ସଂକ୍ରମିତ ପୁଷ୍ଟି ହୋଇଛନ୍ତି। ମଙ୍ଗଳବାର ପରେ ସଦ୍ୟତମ ସୂଚନା ଅନୁଯାୟୀ ଦେଶରେ କରୋନାଭାଇରସ୍ ରୋଗୀଙ୍କର ସଂଖ୍ୟା ୬୦ କୁ ବୃଦ୍ଧି ପାଇଛି। ତେବେ ୧୦ ଟି ପଜିଟିଭ୍ କରୋନା ସଂକ୍ରମଣ ପୁଷ୍ଟି ମଧ୍ୟରୁ କେରଳରୁ ୮ ଜଣ ଏବଂ ଦିଲ୍ଲୀ ଏବଂ ରାଜସ୍ଥାନରୁ ଗୋଟିଏ ଲେଖାଏଁ ରିପୋର୍ଟ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ଦିନ କହିଛି।

ଫେବୃଆରୀ ୨୮ ରେ ଦୁବାଇରୁ ଫେରିଥିବା ଜଣେ ବ୍ୟକ୍ତିଙ୍କର ରାଜସ୍ଥାନର ଜୟପୁରରେ କରୋନାଭାଇରସ୍ ଟେଷ୍ଟ ପଜିଟିଭ୍ ବାହାରିଛି।

କେରଳରେ କରୋନାଭାଇରସ୍ ର ୧୭ ଟି ପଜିଟିଭ୍ କେସ୍ ପୁଷ୍ଟି ହୋଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିଦ୍ୟାଳୟ ଏବଂ ସିନେମା ହଲକୁ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସାଧାରଣଲୋକମାନଙ୍କୁ ଭିଡ଼ ଯାଗାରୁ ଦୂରେଇ ରହିବାକୁ ଏବଂ ସାବରିମାଲା ମନ୍ଦିରକୁ ନ ଯିବାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ପରାମର୍ଶ ଦେଇଛି ପ୍ରଶାସନ।

ପୁଣେରେ କରୋନାଭାଇରସ୍ ରୋଗୀଙ୍କ ପୁଷ୍ଟି ହେବା ପରେ ଦୁଇଟି ବିଦ୍ୟାଳୟକୁ ଶନିବାର ପର୍ଯ୍ୟନ୍ତ ବନ୍ଦ ରଖିବାପାଇଁ ଘୋଷଣା କରାଯାଇଛି।

କରୋନା ଭାଇରସ୍ ପାଇଁ ଚିକିତ୍ସା:
କରୋନା ଭାଇରସ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ରୋଗୀମାନଙ୍କୁ ମୁଖ୍ୟତଃ ଲକ୍ଷଣ ଅନୁଯାୟୀ ଆରାମ ପାଇଁ ଔଷଧ ଦିଆଯାଉଛି। ଯେପରିକି ଜ୍ୱରକୁ ଓହ୍ଲାଇବା ପାଇଁ ପାରାସିଟାମୋଲ, ବେଳେବେଳେ ଯନ୍ତ୍ରଣାରୁ ମୁକ୍ତି ପାଇଁ ପେନ୍ କିଲର ପରି ଔଷଧ ଦିଆଯାଉଛି। ଏହି ଭୁତାଣୁରେ ମୃତ୍ୟୁ ହାର ପାଖାପାଖି ୩%।

ଅଧିକାଂଶ ରୋଗୀଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହିଁ ଏହି ଭୁତାଣୁ ସହ ଲଢ଼ିବାରେ ସଫଳ ହୋଇଥାଏ। ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି ଅଧିକ ସେମାନଙ୍କର ରୋଗରୁ ମୁକ୍ତି ମିଳିବାର ସଂକେତ ଅଧିକ ଦେଖାଯାଇଥାଏ।