Odiapua.com

ଦେଶରେ ଦୁଇଲକ୍ଷ ଛୁଇଁବ କରୋନା – ୨୪ ଘଣ୍ଟାରେ ୨୦୪ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ ୨-୬ (ଓଡ଼ିଆ ପୁଅ) : ଭାରତରେ କରୋନା ମହାମାରୀର ସ୍ଥିତି ହେଲାଣି ଜଟିଳ। ଏବେ ବିଶ୍ଵର କରୋନା ତାଲିକାରେ ଭାରତ ସପ୍ତମ ସ୍ଥାନରେ ରହିଛି। ଖୁବ୍ ଶୀଘ୍ର ଭାରତ ଏଥିରେ ଆମେରୀକାକୁ ପଛରେ ପକାଇ ଶୀର୍ଷ ସ୍ଥାନରେ ପହଁଚିବାକୁ ବେଶୀ ଦିନ ଲାଗିବ ନାହିଁ ବୋଲି ଲାଗୁଛି। କାରଣ ଭାରତରେ ଏବେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ପ୍ରତିଦିନ ଏବେ ଆଠ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେବେ ଗୋଟିଏ ସପ୍ତାହରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ପାର କରିଛି। ତେବେ ପଢ଼ନ୍ତୁ ଦେଶ ତଥା ରାଜ୍ୟ ଏବଂ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟାର ଏକ ସଂକ୍ଷେପ ଆଲୋକପାତ।

– ଦେଶରେ ଦୁଇ ଲକ୍ଷ ପାଖାପାଖି ସଂକ୍ରମଣ ସଂଖ୍ୟା, ୨୪ ଘଣ୍ଟା ମଧ୍ୟରେ ୮୧୭୧ ଟି ନୂଆ ମାମଲା ଦେଖାଦେଇଛି।

– ଦେଶରେ କରୋନା ସଙ୍କଟ କ୍ରମାଗତ ଭାବେ ଗଭୀର ହେବାରେ ଲାଗିଛି, ସଂକ୍ରମିତଙ୍କ ସଂଖ୍ୟା ୧, ୯୮, ୭୦୬ ରେ ପହଞ୍ଚିଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୮, ୧୭୧ ଟି ନୂଆ ମାମଲା ସାମ୍ନାକୁ ଆସିଛି।

– ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୨୦୪ ଜଣଙ୍କର ମୃତ୍ୟୁ ଘଟିଛି, ମୋଟ ମୃତ୍ୟୁ ସଂଖ୍ୟା ୫, ୫୯୮ ରେ ପହଞ୍ଚିଛି, ୯୫, ୫୨୬ ରୋଗୀ ସୁସ୍ଥ ଅଛନ୍ତି।

– ମହାରାଷ୍ଟ୍ରରେ ଅବସ୍ଥା ଖରାପ ହେବାରେ ଲାଗିଛି, ୨୪ ଘଣ୍ଟା ମଧ୍ୟରେ ୨, ୩୫୮ ଟି ନୂଆ ମାମଲା ହୋଇଛି – ତାମିଲନାଡୁରେ ୧୧୬୨ ଟି ନୂଆ ମାମଲା ରହିଛି।

– ପ୍ରତିଦିନ ମହାରାଷ୍ଟ୍ର, ଦିଲ୍ଲୀ ଏବଂ ତାମିଲନାଡୁରେ ଚାରି ରୁ ପାଞ୍ଚ ହଜାର ମଧ୍ୟରେ ନୂଆ ମାମଲା ଆସୁଛି

– ଦିଲ୍ଲୀ ସମସ୍ତ ସୀମା ସିଲ୍ କରାଯାଇଛି।

– ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ୬୩.୬୫ ଲକ୍ଷରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୩.୭୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି, ୩୦ ଲକ୍ଷ ଲୋକ ଚିକିତ୍ସିତ ହେଉଛନ୍ତି।

– ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୭୦ ହଜାର ପାର ହୋଇଛି। ଏହାପରେ ତାମିଲନାଡ଼ୁ ୨୩ ହଜାର ଏବଂ ଦିଲ୍ଲୀ ୨୦ ହଜାର ପାର କରିଛି।

– ପୁଣି ଓଡ଼ିଶାରେ ୧୪୧ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ ରେ ପହଁଚିଛି। ଚିହ୍ନଟ ୧୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୦ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୩୧ ଜଣ ସ୍ଥାନୀୟ ବାସିନ୍ଦା। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

– ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୭, ଯାଜପୁରରୁ ୧୦, ଖୋର୍ଦ୍ଧାରୁ ୨୬, ବାଲେଶ୍ଵରରୁ ୨, କେନ୍ଦ୍ରାପଡ଼ାରୁ ୧୩, କଟକରୁ ୬, ପୁରୀରୁ ୫, ବଲାଙ୍ଗିରରୁ ୭, ଜଗତସିଂହପୁରରୁ ୪, ନୟାଗଡ଼ରୁ ୧, ସୁନ୍ଦରଗଡ଼ରୁ ୮, ନୂଆପଡ଼ାରୁ ୧୯, ଗଜପତିରୁ ୪, କେଉଁଝରରୁ ୪, ମୟୁରଭଞ୍ଜରୁ ୧, ଅନୁଗୁଳରୁ ୧, ଢେଙ୍କାନାଳରୁ ୨, ସମ୍ବଲପୁରରୁ ୧ ଚିହ୍ନଟ ହୋଇଛନ୍ତି।

– ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୯୧ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ୧୨୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୭ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।