Odiapua.com

ଦେଶରେ ୩୪, ୮୮୪ ନୂଆ କରୋନା ଆକ୍ରାନ୍ତ, ୬୭୧ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୬, ୨୭୩

ନୂଆ ଦିଲ୍ଲୀ ୧୮-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୩୪, ୮୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୬୭୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୩୮, ୭୧୬ କୁ ବୃଦ୍ଧି ପାଇଛି ଏବଂ ୩, ୫୮, ୬୯୨ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୬, ୫୩, ୭୫୧ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨୬, ୨୭୩ କୁ ବୃଦ୍ଧି ପାଇଛି।