Odiapua.com

ମାଲକାନାଗିରିରେ ଲଗାଣ ବର୍ଷା : ପୋଲ ଉପରେ ବନ୍ୟା ଜଳ

ମାଲକାନାଗିରି ୨୮-୭ (ଓଡ଼ିଆ ପୁଅ) ମାଲକାନାଗିରିରେ ଲଗାଣ ବର୍ଷା ହୋବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜିଲ୍ଲାରେ ଥିବା ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇଛି। ମାଲକାନଗିରି-ଛତିଶଗଡ ସୁକମାକୁ ସଂଯୋଗ କରୁଥିବା ଚଲାଣଗୁଡା ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହୋଇଛି। ଫଳରେ ପୋଲର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହିବା ସହ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ମାଲକାନଗିରି କାଙ୍ଗୁରକୋଣ୍ଡା ପୋଲ ଉପରେ ୨ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି। ତେବେ ବନ୍ୟା ଜଳ ପ୍ରବାହିତ ଯୋଗୁଁ ମାଲକାନଗିରି-କାଲିମେଳା ଯାତାୟତ ବନ୍ଦ ହୋଇଥିବା ଜଣା ପଡ଼ିଛି।