ଭୁବନେଶ୍ୱର: ଆଖିଧରା ହେଉଛି ଏକ ସଂକ୍ରାମକ ରୋଗ। ବର୍ଷା ଦିନରେ କିମ୍ବା ଋତୁ ପରିବର୍ତ୍ତନ କାରଣରୁ ସଂକ୍ରମଣ ହୋଇ ଆଖି ଲାଲ୍ ହୋଇଯାଏ। ଆଖିଧରାକୁ ଇଂରାଜୀରେ ପିଙ୍କ୍ ଆଏ ଡିଜିଜ୍ ବୋଲି କୁହାଯାଏ। ଏବେ ଆଖିଧରା ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଥିବାବେଳେ ଏହାର ଚିକିତ୍ସା ଓ ପ୍ରତିଷେଧକ ପାଇଁ ହୋମିଓପ୍ୟାଥି ଔଷଧ ମଧ୍ୟ ସହାୟକ ହୋଇଥାଏ। ବର୍ଷା ଆରମ୍ଭରୁ ରାଜ୍ୟସାରା ମାଡ଼ିଗଲାଣି ଆଖିଧରା ରୋଗ। ଆଖିଧରା ଏକ ସ୍ପର୍ଶଜନିତ ସଂକ୍ରାମକ ରୋଗ ହୋଇଥିବାରୁ ଏହାର ପ୍ରତିଷେଧକ ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ଆଖିଧରା ରୋଗକୁ କଞ୍ଜୁଙ୍କଟିଭିଟିସ ବା ପିଙ୍କ ଆଇ ବୋଲି କୁହାଯାଏ। ଏହି ରୋଗ ହେଲେ ଆଖି ଲାଲ୍ ପଡ଼ିବା ସହ ଖୁଞ୍ଚି ହୁଏ। ଆଖିରୁ ପାଣି ବୋହିବା ସହ ଲେଞ୍ଜରା ବାହାରେ। ଆଖିଧରା ରୋଗ ଉଭୟ ଭୂତାଣୁ ଓ ଜୀବାଣୁ ଜନିତ। ଭୂତାଣୁ ଜନିତ ଆଖିଧରାରେ ଆଖି ଲାଲ୍ ପଡ଼ିବା ସହ ଲୁହ ବାହରିଥାଏ। କିନ୍ତୁ ଜୀବାଣୁ ଜନିତ ଆଖିଧରାରେ ଆଖିରୁ ପ୍ରଚୁର ପରିମାଣର ଲେଞ୍ଜରା ବାହାରିଥାଏ, ଆଖି ଲାଖିଯାଏ। ସଚେତନତା ଅଭାବରୁ ଛୋଟ ପିଲା ଓ ସ୍କୁଲ ଛାତ୍ରଛାତ୍ରୀଙ୍କଠାରେ ଏହା ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି। ଚକ୍ଷୁରୋଗ ବିଶେଷଜ୍ଞଙ୍କ କୁହନ୍ତି, ରୋଗୀର ଆଖିକୁ ଦେଖିବା ଦ୍ୱାରା ଆଖିଧରା ରୋଗ ବ୍ୟାପୀ ନଥାଏ। ଏହା କେବଳ ଏକ ଅନ୍ଧବିଶ୍ୱାସ। ମୁଖ୍ୟତଃ ସଂକ୍ରମିତ ରୋଗୀର ଲୁହ ଓ ଲେଞ୍ଜରା ଜରିଆରେ ଆଖିଧରା ରୋଗ ସଂକ୍ରମିତ ହୋଇଥାଏ। ତେଣୁ ଆଖିଧରା ହୋଇଥିଲେ ରୋଗୀ ନିଜ ଆଖିଠାରୁ ହାତକୁ ଦୂରେଇ ରଖିବା ସହ ବାରମ୍ବାର ହାତ ଧୁଅନ୍ତୁ।
-/DevD®ath