Odiapua.com

ଭେଟେରାନ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କ ୯୩ ବର୍ଷ ବୟସରେ ଦେହାନ୍ତ

ନୂଆ ଦିଲ୍ଲୀ ଡିସେମ୍ବର ୨୧ (ଓଡ଼ିଆ ପୁଅ) ସୋମବାର ଦିନ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରାଙ୍କର ଦିଲ୍ଲୀର ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ସେ ୯୩ ବର୍ଷ ବସରେ ହେବ ତ୍ୟାଗ କରିଛନ୍ତି। ଜାତୀୟ ରାଜଧାନୀର ଫୋର୍ଟିସ୍ ଏସ୍କର୍ଟ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଭୋରା କିଛି ଦିନ ପୂର୍ବରୁ ୟୁରିନ୍ ସଂକ୍ରମଣରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କର ଫୁସଫୁସ ସଂକ୍ରମଣ ମଧ୍ୟ ହୋଇଥିଲା ଏବଂ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ଦିଆଯାଇଥିଲା ବୋଲି ତାଙ୍କ ପରିବାର କହିଛନ୍ତି। ଛତିଶଗଡରେ ତାଙ୍କର ଶବଦାହ କରାଯିବ।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୋରା ଛତିଶଗଡର ରାଜ୍ୟସଭା ସଦସ୍ୟ ଥିଲେ। ସେ ୨୦୧୮ ପର୍ଯ୍ୟନ୍ତ ୧୬ ବର୍ଷ ପର୍ଯ୍ୟନ୍ତ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) କୋଷାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।