Odiapua.com

କରୋନାଭାଇରସ କାରଣରୁ କଂଗ୍ରେସ ସାଂସଦ ବସନ୍ତ କୁମାରଙ୍କ ୭୦ ବର୍ଷ ବୟସରେ ନିଧନ

ନୂଆ ଦିଲ୍ଲୀ ୨୮-୮ (ଓଡ଼ିଆ ପୁଅ) କନ୍ୟାକୁମାରୀ ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ସାଂସଦ ଏଚ୍ ବସନ୍ତ କୁମାରଙ୍କ ଶୁକ୍ରବାର ଦିନ କୋଭିଡ -୧୯ ସଂକ୍ରମଣ କରାଣରୁ ଦେହାନ୍ତ ହୋଇଛି। ସେ ଅଗଷ୍ଟ ୧୦ ତାରିଖରୁ ଚେନ୍ନାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଏବଂ ଗତ ସପ୍ତାହରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା।

– ବସନ୍ତ କୁମାର ଅଗଷ୍ଟ ୧୦ ରୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
– ନିମୋନିଆରେ ଆକ୍ରାନ୍ତ ହେବା ପରେ ସେ ଗୁରୁତର ଅବସ୍ଥାରେ ଥିଲେ ଏବଂ ଭେଣ୍ଟିଲେଟର ସହାୟତାରେ ଥିଲେ।
– ୭୦ ବର୍ଷୀୟ କଂଗ୍ରେସ ସାଂସଦ ଲୋକସଭାରେ କନ୍ୟାକୁମାରୀ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ।
– ସେ ତାମିଲନାଡୁର ସର୍ବବୃହତ ଖୁଚୁରା ଘରୋଇ ଉପକରଣ ଚେନ୍‌ର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଥିଲେ।
– ସେ ତାମିଲ ସ୍ୟାଟେଲାଇଟ୍ ଟିଭି ଚ୍ୟାନେଲ ବସନ୍ତ ଟିଭିର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ମଧ୍ୟ ଥିଲେ।
– ୨୦୧୯ ଲୋକସଭା ନିର୍ବାଚନରେ ଜିତିବା ପରେ ପ୍ରଥମ ଥର ସାଂସଦ ହୋଇଥିଲେ।
– ଏହା ପୂର୍ବରୁ ବସନ୍ତ କୁମାର ୨୦୦୬-୨୦୧୧ ଏବଂ ୨୦୧୬-୨୦୧୯ ରୁ ତାମିଲନାଡୁ ବିଧାନସଭାରେ ନାଙ୍ଗୁନେରୀ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ।
– ୨୦୧୯ ଲୋକସଭା ନିର୍ବାଚନରେ ସେ ବିଜେପି ନେତା ପନ୍ ରାଧାକୃଷ୍ଣନଙ୍କୁ ୨.୫୯ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।

– ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ପାର୍ଟୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୋକ ପ୍ରକଟ କରିଛନ୍ତି।