Odiapua.com

ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର ତିନି ପ୍ରାର୍ଥୀଙ୍କ ନାମ ଘୋଷଣା

ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ତିନିଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏ ନେଇ କଂଗ୍ରେସ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛି। ତେବେ ଗୁଜୁରାଟରୁ ଶକ୍ତିସିଂ ଗୋହିଲ ଏବଂ ଭାରତସିଂ ସୋଲାଙ୍କିଙ୍କ ନାଁ ଘୋଷଣା ହୋଇଥିବା ବେଳେ ହରିଆଣାରୁ ପ୍ରାର୍ଥୀ ହେବେ ଦୀପେନ୍ଦର ସିଂ ହୁଡ଼ା।

ଉପରୋକ୍ତ ପ୍ରସ୍ତାବିତ ନାମଗୁଡ଼ିକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ଅନୁମୋଦନ ମିଳିଥିବା ରାଷ୍ଟ୍ରୀୟ ସାଧାରଣ ସଂପାଦକ ମୁକୁଲ ୱାସନିକ୍ ପ୍ରକାଶ କରିଛନ୍ତି।