Odiapua.com

ଆମେରିକାର ନୂତନ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ବାଲୁକାକଳା ଜରିଆରେ ଶୁଭେଚ୍ଛା

ପୁରୀ ୨୦-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି ଭାବେ କମ୍ଲା ହାରିସ୍ ଶପଥ ଗ୍ରହଣ କରିବେ। ଏହି ଅବସରରେ ଆମେରିକାର ନୂତନ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ବାଲୁକାକଳା ଜରିଆରେ ଶୁଭେଚ୍ଛା ଜାଣିଛନ୍ତି ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।ପୁରୀ ବେଳାଭୂମିରେ ଏନେଇ ସୁଦର୍ଶନ ଏକ ବିଶାଳ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି।ଯେଉଁଥିରେ କି ଅତି ନିଖୁଣ ଭାବେ ଜୋ ବାଇଡେନ ଏବଂ କମଳା ହାରିସଙ୍କ ପ୍ରତିକୃତିକୁ ସ୍ଥାନ ଦେଇଛନ୍ତି ସୁଦର୍ଶନ।ଏଥି ସହିତ ସେ ଏହି ବାଲୁକାକଳାରେ ଆମେରିକାର ଜାତୀୟ ପତକା ଓ ହ୍ୱଆଇଟ ହାଉସକୁ ସ୍ଥାନ ଦେଇଛନ୍ତି। ସୁଦର୍ଶନଙ୍କ ବାଲୁକା ଚିତ୍ରକଳାର ଲମ୍ବ ୨୦ ଫୁଟ ଥିବାବେଳେ ଉଚ୍ଚତା ରହିଛି ୭ ଫୁଟ। ଏହି ବାଲୁକାକଳାରେ ସମୁଦାୟ ୧୪ ଟନ ବାଲି ବ୍ୟବହାର ହୋଇଛି। ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଜଣେ ଭାରତୀୟ ଵଂଶଭାଵ ହୋଇଥିବାରୁ ଭାରତ ଆମେରିକା ମଧ୍ୟରେ ଭଲ ସଂପର୍କ ରହିବା ନେଇ ଆଶା ପ୍ରକାଶ କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଯାହାକୁ ଦେଖିବାକୁ ପୁରୀ ସ୍ୱର୍ଣ୍ନାଭ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଛି।