Odiapua.com

ଆଶ୍ଚର୍ଯ୍ୟ! ଏତେ ଗୁଡ଼ିଏ କଣ୍ଡୋମ୍ସ କିଏ ଫୋପାଡ଼ିଲା, ତାହାପୁଣି ଅନେକ କିଲୋମିଟର ପର୍ଯ୍ୟନ୍ତ ଜାତୀୟ ରାଜପଥ ନଂ ୪୮ରେ?

ନୂଆଦିଲ୍ଲୀ ୮-୯ (ଓଡ଼ିଆ ପୁଅ) ଏହା ହେଉଛି କର୍ଣ୍ଣାଟକର ତୁମ୍କୁର ଜିଲ୍ଲାର ଜାତୀୟ ରାଜପଥର ଦୃଶ୍ୟ। ସ୍ଥାନୀୟ ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ। ବାସ୍ତବରେ, ଏହି ରାଜପଥରେ ଅନେକ କିଲୋମିଟର ପର୍ଯ୍ୟନ୍ତ କଣ୍ଡୋମ ରାସ୍ତା ପାର୍ଶ୍ୱରେ ବିଖିରି ପଡ଼ିଛି। ରାଜପଥ ଦେଇ ଯାଉଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ରାସ୍ତାରେ ଏତେ କଣ୍ଡୋମ କିଏ ଫୋପାଡ଼ିଛି। କିମ୍ବା କେଉଁଠୁ ଆସିଲା! ବାସ୍ତବରେ, ତୁମ୍‌କୁର ନିକଟ ଜାତୀୟ ରାଜପଥ ୪୮ ରେ କଥାସଚନ୍ଦ୍ର ଏବଂ ବଟୱାରୀ ଲାଇନ ମଧ୍ୟରେ ଏହି କଣ୍ଡୋମ୍ସ ଗୁଡ଼ିକ ପଡ଼ିଛି। ତେବେ ଏଠି ପ୍ରଶ୍ନ ଉଠୁଛିଯେ, ଏହା ପ୍ରକୃତରେ ପରିବହନ ସମୟରେ ପଡ଼ିଯାଇଛି ନାଁ କିଏ ଜାଣିଶୁଣି ଏପରି କରିଛି। ତାହା ତଦନ୍ତ ସାପେକ୍ଷ। ତେବେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତୁମ୍‌କୁର ହେଉଛି ରାଜ୍ୟର ଏକ ପ୍ରମୁଖ ଶିଳ୍ପ ସହର।