Odiapua.com

ବିଜେପିରେ ଯୋଗଦେବେ ବିଜୟାଶାନ୍ତି; ଦିନେ ମୋଦିଙ୍କୁ କହିଥିଲେ ଆତଙ୍କବାଦୀ !

ହାଇଦ୍ରାବାଦ: ତେଲେଙ୍ଗାନାରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଗତ କିଛି ଦିନ ଧରି ପାର୍ଟିର ବ୍ୟବହାରରେ ଅସନ୍ତୁଷ୍ଟ ଥିବା କଂଗ୍ରେସ ନେତ୍ରୀ ତଥା ଅଭିନେତ୍ରୀ ବିଜୟାଶାନ୍ତି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ଆଜି (ସୋମବାର) ବିଜେପିରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ପାର୍ଟିର ବ୍ୟବହାରରେ ଅସନ୍ତୁଷ୍ଟ ଥିବାରୁ ବିଜୟାଶାନ୍ତ କିଛି ମାସ ହେବ କଂଗ୍ରେସର କୌଣସି ବି କାର୍ଯ୍ୟକ୍ରମରେ ସାମିଲ ହେଉନଥିଲେ। ବିଜୟାଶାନ୍ତି ବିଜେପିରେ ସାମିଲ୍ ହେବା ପାଇଁ ଦିଲ୍ଲୀ ପହଞ୍ଚି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ସେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ଦିନେ ମୋଦିଙ୍କୁ କହିଥିଲେ ଆତଙ୍କବାଦୀ –
ତେବେ, ଅଭିନେତ୍ରୀରୁ ନେତ୍ରୀ ପାଲିଟିଥିବା ତଥା କଂଗ୍ରେସ ଛାଡ଼ି ଆଜି ବିଜେପିରେ ଯୋଗଦେବାକୁ ଯାଉଥିବା ଏହି ବିଜୟଶାନ୍ତି ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅତ୍ୟନ୍ତ ବିବାଦୀୟ ବୟାନ ଦେଇଥିଲେ। ତତ୍କାଳୀନ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ବିଜୟାଶାନ୍ତି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦୀ ଭଳି ଦେଖାଯାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏଭଳି ହେବା ଉଚିତ୍ ନୁହେଁ। ତେଲେଙ୍ଗାନାରେ ଆୟୋଜିତ ଏକ ଜନସଭାରେ ବିଜୟଶାନ୍ତି ଯୋଗଦେଇ ପୁଲୱାମା ଆକ୍ରମଣ ଉପରେ କହିବା ବେଳେ ଏହିପରି ବିବାଦୀୟ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଲକୁଲ୍ ଆତଙ୍କବାଦୀଙ୍କ ଭଳି ଦେଖାଯାଆନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏଭଳି ହେବା ଉଚିତ୍ ନୁହେଁ। କେତେବେଳେ ସେ ବୋମାମାଡ଼ କରିପାରନ୍ତି। ଏହି ବୟାନକୁ ନେଇ ସେତେବେଳେ ଖୁବ୍ ବିବାଦ ଦେଖା ଦେଇଥିଲା। ବିଜେପି ମଧ୍ୟ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା।
-@Dr