Odiapua.com

ଭୟଙ୍କର ସଡ଼କ ଦୁର୍ଘଟଣା: ବସ-ଲରୀ ଧକ୍କା ୨୦ ମୃତ – ଅନେକ ଗୁରୁତର

ଚେନ୍ନାଇ ୨୦-୨ (ଓଡ଼ିଆ ପୁଅ) ତାମିଲନାଡୁର ତିରୁପୁର ଜିଲ୍ଲାରେ କେରଳ ରାଜ୍ୟ ପରିବହନ ବସ ଏବଂ ଲରୀ ମଧ୍ୟରେ ଧକ୍କା ହେବା ଫଳରେ ୨୦ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ଗୁରୁବାରଦିନ ସକାଳେ ଏହି ଦୁର୍ଘଟଣା ହୋଇଛି। ପ୍ରାଇଭେଟ ଯାତ୍ରୀ ବସରେ ଶବଗୁଡ଼ିକୁ ବାହାରକରି ତିରୁପୁର ଜିଲା ହସ୍ପିଟାଲ ଅଣାଯାଇଛି। କୁହାଯାଉଛି କି ବସ ବାଙ୍ଗାଲୁରୁରୁ ତିରୁଅନନ୍ତପୁରମ ଆଡ଼କୁ ଯାଉଥିଲା। ଅବିନାଶୀ ନିକଟରେ ଏହା ଘଟିଛି। ଅବିନାଶୀର ଡେପୁଟି ତହସିଲଦାର କହିଛନ୍ତି କି ମୃତକଙ୍କ ମଧ୍ୟରେ ୧୪ ପୁରୁଷ ଏବଂ ୬ ମହିଳା ସାମିଲ ଅଛନ୍ତି।

ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ, ବସର ଆଗ ଭାଗ ପୂରା ଲରୀ ତଳେ ପଶିଯାଇଥିଲା। ଦୁର୍ଘଟଣା ସ୍ଥାନରେ କ୍ରେନର ସହାୟତାରେ ଲରୀ ଏବଂ ବସକୁ ଅଲଗା କରାଯାଇଥିଲା। ଘଟଣାସ୍ଥଳରେ ପୋଲିସ ତଦନ୍ତ କରୁଛି।

ଏହି ଦୁର୍ଘଟଣା ସକାଳ ସାଢ଼େ ଚାରିଟା ବେଳେ ହୋଇଛି। ବସରେ ୪୮ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଯେଉଁଥିରୁ ୧୯ଜଣ ଲୋକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଜଣଙ୍କର ମୃତ୍ୟୁ ହସ୍ପିଟାଲ ନେବା ସମୟରେ ହୋଇଥିଲା ବାଗୀ ସମସ୍ତେ ଆହତ ହୋଇଛନ୍ତି।