Odiapua.com

ନାଗ V/s ଅଜଗର: ଅଜଗରକୁ ଗିଳିଦେଲା ନାଗ ..

ନୂଆଦିଲ୍ଲୀ: ଅଜଗର ଏବଂ କୋବ୍ରା ଦୁହେଁ ସାପ ପ୍ରଜାତିର ସବୁଠାରୁ ଭୟଙ୍କର ପ୍ରାଣୀ। ଅଜଗର ଅଣ- ବିଷାକ୍ତ ସାପ ଅଟେ। ତା’ ପାଖରେ ବିଷାକ୍ତ ଦାନ୍ତ ନଥାଏ। ହେଲେ ତାକୁ ଯେତେବେଳେ ବିପଦ ଅନୁଭବ ହୁଏ, ସେତେବେଳେ ସେ ଅନ୍ୟମାନଙ୍କ ଜୀବନ ବିପଦରେ ପକାଇଦିଏ। ଅପରପକ୍ଷେ ନାଗ ବିଷାକ୍ତ ସାପ ଅଟେ। ନାଗ ଏକ ସାଙ୍ଗରେ ଏତେ ବିଷ ବାହାର କରିପାରିବ ଯେଉଁଥିରେ ପାଖାପାଖି ୨୦ ଜଣ ଲୋକଙ୍କ ଜୀବନ ଚାଲିଯିବ। ତେବେ ଯେତେବେଳେ ଏକ ଅଜଗର ଏବଂ ନାଗସାପ ମଧ୍ୟରେ ସାମ୍ନାସାମ୍ନି ହୁଏ କଣ ହୁଏ? ଏଇ କିଛିଦିନ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବିଶାଳକାୟ ଅଜଗରକୁ ନାଗ ସାପ ଗିଳିଦେଉଛି। ଏପରି ଏକ ଘଟଣା କର୍ଣ୍ଣାଟକର ମୈସୁରରେ ଦେଖିବାକୁ ମିଳିଛି। ଏଠାରେ ଏକ ତିନି ଫୁଟର ଏକ ବିଶାଳ ଅଜଗରକୁ ନାଗ ଦେଖୁଦେଖୁ ଗିଳିପକାଇଲା। ପ୍ରଥମେ ନାଗ ସାପର ବିଷରେ ଅଜଗର ସାପର ଜୀବନ ଚାଲିଯାଇଥିଲା। ଏହାପରେ ଅଜଗରର ମୃତ୍ୟୁ ପରେ କୋବ୍ରା ଏହାକୁ ଗିଳି ଦେବା ସହଜ ହୋଇଗଲା। ସାପମାନଙ୍କର ବହୁତ ଶକ୍ତି ଅଛି, ଯେଉଁଥିରେ ସେମାନେ ନିଜଠାରୁ ବଡ଼ ଶିକାରକୁ ଗିଳିବାକୁ ସକ୍ଷମ ହୋଇଥାନ୍ତି। କିଙ୍ଗ କୋବ୍ରା ଦୁନିଆର ସବୁଠାରୁ ବିଷାକ୍ତ ସାପ ବୋଲି ବିବେଚନା କରାଯାଏ। ଏହାର ଲମ୍ବ ୧୮ ଫୁଟ ଯାଏଁ ହୋଇଥାଏ।

-/DevD®ath