Odiapua.com

ପାଣି ପାଇଁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଉଭୟ ପକ୍ଷରୁ ଥାନାରେ ଏତଲା

ଯୋଡା, ୨୦/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଠାରେ ପାଣି ପାଇଁ ଗୋଷ୍ଠୀ ସଂଘର୍ଷ ଦେଖାଦେଇ ଉଭୟ ପକ୍ଷରୁ ପୃଥକ ମାମଲା ଦାୟର ହୋଇଥିବା ଜଣାପଡିଛି। ଶାସ୍ତ୍ରୀନଗର ଶିବ ମନ୍ଦିର ନିକଟରେ ଟାଟା କମ୍ପାନୀ ପକ୍ଷରୁ ଏକ ଗଭିର ନଳକୂପ କରାଯାଇ ଓଭରହେଡ ଟ୍ୟାଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ପାଣି ଯୋଗାଇଦିଆଯାଉଛି। ତେବେ କେତେକ ମୁଷ୍ଟିମେୟ ଲୋକ ଜୋରଜବରଦସ୍ତ ଏହି ଟ୍ୟାଙ୍କରୁ ସିଧାସଳକ ପାଇପ ଲଗାଇ ନିଜ ଘରକୁ ପାଣି ନେଇଥିବା ବେଳେ ଅନ୍ୟ କେତେକେ ଲୋକ ପାଣି ଟୋପାଏ ନପାଇ ହଇରାଣ ହରକତ ହେଉଛନ୍ତି। ବର୍ଷା ଦିନ ଯୋଗୁଁ ନିକଟରେ ପ୍ରଭାହିତ ସୁନା ନଦୀରେ ପାଣି ଗୋଳିଆ ଥିବାରୁ ଏହି ଟ୍ୟାଙ୍କର ପାଣି ଉପରେ ଶାସ୍ତ୍ରୀନଗର ଅଧିକାଂଶ ଲୋକ ଗାଧୋଇବା, ପିଇବା ନିମନ୍ତେ ନିର୍ଭରଶୀଳ ହୋଇଥାନ୍ତି। ତେବେ ଏହି ମୁଷ୍ଟିମେୟ ବ୍ୟକ୍ତିମାନେ ହଠାତ୍ ସର୍ବସାଧାରଣ ବ୍ୟବହାର ନିମନ୍ତେ ଏହି ପାଣିକୁ ବନ୍ଦ କରିଦେବାରୁ ଉଭୟଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହୋଇଛି। ଉଭୟଙ୍କ ମଧ୍ୟରେ ମରଣନ୍ତାକ ଆକ୍ରମଣ ଯୋଗୁଁ ଜଣେ ନାବାଳିକା ଗୁରୁତର ହୋଇ ଏବେ ସ୍ଥାନୀୟ କେନ୍ଦ୍ରୀୟ ଚିକିତ୍ସାଳୟରେ ଚିକିତ୍ସିତ ଥିବା ଜଣାପଡିଛି। କୃଷ୍ଣଚନ୍ଦ୍ର ପାତ୍ର ନାମକ ଜଣେ ବ୍ୟକ୍ତି ଗୌତମ ନାଏକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ମୋଦି ଓରାମ, ବିନ୍ଦୁମତି ଓରାମ, ଗୀତା ପାତ୍ର ଏବଂ ଅପରପକ୍ଷେ ଜ୍ୟୋତୀ ନାଏକ, ସ୍ୱାଧିନ ବାହାଦୁର, ସସ୍ମିତା ପାତ୍ର, ସୋମବାରୀ ପାତ୍ର, ମୀନା ପାତ୍ର, ବୁଲୁ ଜେନା ଏବଂ ସସ୍ମିତା ଜେନାଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା। ସସ୍ମିତା ଜେନାଙ୍କୁ କିଛି ଲୋକ ମରଣାନ୍ତକ ଆକ୍ରମଣ କରି ନିକଟସ୍ଥ ଡ୍ରେନରେ ଫିଙ୍ଗି ଦେଇଥିଲେ। ଫଳରେ ତାଙ୍କର ମୁଣ୍ଡରେ ଗଭିର ଆଘାତ ଲାଗିଥିବା ଯୋଗୁଁ ସେ ଚିକିତ୍ସାଧିନ ଅଛନ୍ତି। ଏହି ଘଟଣାଟି ପରେ ପୁଲିସ ଉଭୟ ପକ୍ଷକୁ ଆଣି ଥାନାରେ ଅଟକ ରଖିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ମାମଲା ଦାୟର ହୋଇନଥିବା ଜଣାପଡିଛି। ଦୋଷୀକୁ ଘଣ୍ଟ ଘୋଡାଇବା ପାଇଁ ପୁଲିସ ଘଟଣାଟିକୁ ରଫା କରିବା ପାଇଁ ଯୋଜନା କରୁଥିବା ଶାସ୍ତ୍ରୀନଗର ବାସିନ୍ଦା ଅଭିଯୋଗ କରିଥିବା ବେଳେ ଏ ନେଇ ଶାସ୍ତୀନଗରରେ ଉତ୍ତେଜନା ଦେଖାଦେଇଛି। ସର୍ବସାଧାରଣଙ୍କ ଉପଯୋଗ ନିମନ୍ତେ ଉଦ୍ଧିଷ୍ଟ ଏହି ଜଳ ଯୋଗାଣ ବ୍ୟବସ୍ଥାରେ ନିଜ ଘରକୁ ପାଇପ ଯୋଗେ ପାଣି ନେଇଥିବା କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କୁ ପୁଲିସ ସହାୟତା ଯୋଗାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ଏପରିକି ପୌରପାଳିକା କର୍ମଚାରୀମାନଙ୍କୁ ମଧ୍ୟ ସେମାନେ ଧମକ ଦେବାକୁ ପଛାଉନାହାନ୍ତି। ଏ ନେଇ ଶାସ୍ତ୍ରୀନଗରରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।