Odiapua.com

ଘରୋଇ ଟ୍ରେନ ପ୍ରଚଳନର ସମୟ ସଂକ୍ରାନ୍ତ ଖବର ପ୍ରକାଶନ ଉପରେ ରେଳବାଇର ସ୍ପଷ୍ଟୀକରଣ

ନୂଆ ଦିଲ୍ଲୀ ୨୧-୭ (ଓଡ଼ିଆ ପୁଅ) ଦେଶରେ ଘରୋଇ ଟ୍ରେନ ପ୍ରଚଳନ ନେଇ କେତେକ ଗଣମାଧ୍ୟମରେ ତଥ୍ୟ ପ୍ରକାଶ ପାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ ୨୦୨୪ରୁ ଦେଶରେ ଘରୋଇ ଟ୍ରେନ ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଏ ସଂପର୍କରେ  ଏକ ସ୍ପଷ୍ଟୀକରଣ ମିଡିଆ ଗୋଷ୍ଠୀକୁ ପ୍ରଦାନ କରାଯାଇଥିଲା। ପୁନର୍ବାର ସେକଥା କୁହାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ଦେଶରେ ଘରୋଇ ଟ୍ରେନ ଚଳାଚଳ ୨୦୨୩ରୁ ହିଁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୨୦୨୧ ମାର୍ଚ୍ଚ ସୁଦ୍ଧା ନିଲାମ ପ୍ରକ୍ରିୟା ଶେଷ ହେବ। ଏହାପରେ ୨୦୨୩ ମାର୍ଚ୍ଚରୁ ଘରୋଇ ଟ୍ରେନ ଚଳାଚଳ ଆରମ୍ଭ କରିବ।

କୌଣସି କାରଣରୁ ଏହି ଟ୍ରେନ ଚଳାଚଳର ସମୟ ନେଇ ଯଦି ଭ୍ରାନ୍ତି ସୃଷ୍ଟି ହୋଇଥାଏ ତାହାକୁ ଦୂର କରିବା ପାଇଁ ଏହି ସ୍ପଷ୍ଟୀକରଣକୁ ଗ୍ରହଣ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ କୁହାଯାଇଛି।