Odiapua.com

ଅନଲକ୍ -୫: ଦିଲ୍ଲୀରେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଖୋଲିବ ନାହିଁ ସିନେମା ହଲ୍, ମଲ୍ଟିପ୍ଲେକ୍ସ

ନୂଆ ଦିଲ୍ଲୀ ୨-୧୦ (ଓଡ଼ିଆ ପୁଅ) ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳର ସମସ୍ତ ପ୍ରତିବନ୍ଧକକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଅନଲକ୍ ୪ ଲାଗୁ ହୋଇଥିଲା। ଏହା ଅଧୀନରେ ସିନେମା ହଲ୍, ସିନେପ୍ଲେକ୍ସ, ପ୍ରେକ୍ଷାଳୟ, ପାର୍କ, ସୁଇମିଂ ପୁଲ୍, ସ୍ପା, ସ୍କୁଲ, କଲେଜ ଇତ୍ୟାଦି ଚଳିତ ମାସରେ ଦିଲ୍ଲୀରେ ଖୋଲାଯିବ ନାହିଁ।

ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ବିଜୟ ଦେବ କହିଛନ୍ତି ଯେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି ରହିବ। ଏଭଳି ପରିସ୍ଥିତିରେ ଏହା ମଧ୍ୟ ସମ୍ଭବ ଯେ ଯଦି ଅବସ୍ଥା ଅନୁକୂଳ ତେବେ ମଧ୍ୟରେ ପ୍ରତିବନ୍ଧକକୁ ହଟାଯାଇପାରିବ। ବୁଧବାର ଦିଲ୍ଲୀ ସରକାର ଦେଇଥିବା ଏକ ଆଦେଶରେ ସାପ୍ତାହିକ ବଜାର ଖୋଲିବା ଉପରେ ମଧ୍ୟ ପ୍ରତିବନ୍ଧକ ଜାରି କରାଯାଇଛି।

ସାପ୍ତାହିକ ବଜାର
ଗୋଟିଏ ଜୋନରେ ଗୋଟିଏ ଦିନରେ କେବଳ ଦୁଇଟି ସାପ୍ତାହିକ ବଜାର ଲାଗିପାରିବ। ଏହି ଆଦେଶରେ ଦର୍ଶାଯାଇଛି ଯେ ସହରରେ ସମସ୍ତ ସାମାଜିକ, ଶିକ୍ଷାଗତ, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ବୈଠକ ଅନୁଷ୍ଠିତ ହେବ ନାହିଁ। ରାଜଧାନୀରେ କରୋନା ସଂକ୍ରମଣର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକକୁ ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ବିବାହିତ କାର୍ଯ୍ୟକ୍ରମରେ ୫୦ ଏବଂ ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଅନୁମତି
ପୂର୍ବ ନିର୍ଦ୍ଦେଶ ବଳବତ୍ତର ରହିଛି। ବୈବାହିକ କାର୍ଯ୍ୟକ୍ରମରେ ୫୦ ଜଣ ଏବଂ ଅନ୍ତିମ ସଂସ୍କାରରେ ୨୦ ଜଣଙ୍କୁ ଯୋଗଦେବାକୁ ଅନୁମତି ଦିଆଯିବ। ସୂଚନାଯୋଗ୍ୟଯେ, କେନ୍ଦ୍ର ସରକାର ବୁଧବାର ଅନଲକ୍ ପାଞ୍ଚ ଅଧୀନରେ ନିର୍ଦ୍ଦେଶନାମା ଜାରି କରିଥିଲେ ଯେଉଁଥିରେ ଦର୍ଶାଯାଇଥିଲା ଯେ ସିନେମା, ବିଦ୍ୟାଳୟ, କୋଚିଂ ଇତ୍ୟାଦି ଅକ୍ଟୋବର ୧୫ ରୁ ୫୦% କ୍ଷମତା ସହିତ ଆରମ୍ଭ ହୋଇପାରିବ। ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିଜସ୍ୱ ନିଷ୍ପତ୍ତି ନେବାକୁ କହିଛନ୍ତି, ଏହା ପରେ ଦିଲ୍ଲୀ ସରକାର ୩୧ ଅକ୍ଟୋବର ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି।