Odiapua.com

ମୁଖ୍ୟମନ୍ତ୍ରୀଙ୍କୁ ବାସନ୍ଦ: ଉଠାଇ ନେଉଛି ପୋଲିସ୍, ମହିଳା ମୋର୍ଚ୍ଚା ନଜର ବନ୍ଦୀ

ଭୁବନେଶ୍ୱର: ମମିତା ମେହେର ଘଟଣାରେ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ବହିଷ୍କାର, ଗିରଫ୍ ଏବଂ ଘଟଣାର ସିବିଆଇ ତଦନ୍ତ ଦାବୀରେ ବିଜେପି ପକ୍ଷରୁ ଚାଲିଥିବା ଆନ୍ଦୋଳନ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାସନ୍ଦ ଏବଂ ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତକୁ ବିରୋଧ କରି ରାଜ୍ୟବ୍ୟାପି ବିଜେପି ଚଲାଇଥିବା ଆନ୍ଦୋଳନକୁ ପୋଲିସ୍ ଦମନ କରିବା ଉଦ୍ୟମ କରୁଛି। କ୍ୟାପିଟାଲ୍ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ବିଜେପି ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ୍ ଉଠାଇ ନେଉଥିବା ବେଳେ କଳାହାଣ୍ଡି ଗସ୍ତରେ ଯାଇଥିବା ମହିଳା ମୋର୍ଚ୍ଚା ସଦସ୍ୟ ମାନଙ୍କୁ ପୋଲିସ୍ ନଜରବନ୍ଦୀ କରି ରଖିଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରୁଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ପୋଲିସ୍ ଜୋର୍ ଜବରଦସ୍ତ ବିକ୍ଷୋଭ ସ୍ଥଳରୁ ଉଠାଇ ନେଇ ଅଟକ ରଖୁଛି।
-@DevDr