Odiapua.com

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଷ୍ଟ୍ରିଟ ଭେଣ୍ଡରଙ୍କୁ ୩, ୦୦୦ ଟଙ୍କା ଲେଖାଏଁ, ଦଶ ଲକ୍ଷ ଗରିବ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ

ଭୁବନେଶ୍ୱର ୨୮-୩ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : “କୋରାନା ବିରୋଧରେ ଆମର ସଂଗ୍ରାମକୁ ଆହୁରି ଜୋରଦାର କରାଯାଇଛି। ଲୋକମାନଙ୍କୁ ଘର ବାହାରକୁ ନଆସିବାକୁ ଅନୁରୋଧ କରାଯାଇଛି। କେବଳ ଘରେ ରହିବାଦ୍ୱାରା ହିଁ ଆମେ ଏ ସଂଗ୍ରାମକୁ ଜିତି ପାରିବା।

ଆମର ଏହି ସଂଗ୍ରାମ ଗରିବ ଲୋକ, ମଜଦୁର ଭାଇ ଓ ଭଉଣୀମାନଙ୍କ ରୋଜଗାର ଉପରେ ବିଶେଷ ପ୍ରଭାବ ପକାଇଛି।

ଗତକାଲି ମୁଁ ଗରିବଲୋକଙ୍କ ପାଇଁ ତିନିମାସର ରାସନ, ଚାରିମାସର ଭତ୍ତା ସହିତ ଅନ୍ୟ ସହାୟତା ଘୋଷଣା କରିଥିଲି।

ଆଜି ମୁଁ ଘୋଷଣା କରୁଛି ଯେ ପ୍ରତି ପଞ୍ଚାୟତର ଶହେରୁ ଦୁଇଶହ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ପ୍ରତିଦିନ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ। SHG ଜରିଆରେ ଏହା କରାଯିବ ଏବଂ ଲୋକମାନେ ରନ୍ଧା ଖାଦ୍ୟ ଘରକୁ ନେଇ ଖାଇ ପାରିବେ। ଏହାଦ୍ଵାରା ଦଶ ଲକ୍ଷ ଗରିବ ଓ ନିରାଶ୍ରୟ ଲୋକ ଉପକାର ପାଇବେ।

ଆମର ୧୧୪ଟି ପୌରାଞ୍ଚଳର Street vendor ମାନଙ୍କ ପାଇଁ ମୁଁ ତିନି ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରୁଛି। ଏହାଦ୍ୱାରା ରାଜ୍ୟର ୬୫୦୦୦ ରେଜିଷ୍ଟ୍ରିଭୁକ୍ତ Streeet vendor ମାନେ ଉପକାର ପାଇବେ।

ମୁଁ ଆପଣମାନଙ୍କୁ ପୁଣିଥରେ ଅନୁରୋଧ କରୁଛି, ଆପଣାମାନେ ଘରେ ରୁହନ୍ତୁ, ସାବୁନରେ ହାତ ଧୁଅନ୍ତୁ ଏବଂ କରୋନାକୁ ହରାନ୍ତୁ।”