Odiapua.com

ହବ ତ ରଥଯାତ୍ରା ? ଚାଲିଛି ସୁପ୍ରୀମ କୋର୍ଟରେ ଶୁଣାଣି

ନୂଆ ଦିଲ୍ଲୀ ୨୨-୬ (ଓଡ଼ିଆ ପୁଅ) ଆସନ୍ତା କାଲି ରଥଯାତ୍ରା। ଏ ନେଇ ଆଜି ଚିଲିଛି ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି। ୩ ଜଣିଆ ଖଣ୍ଡପୀଠରେ ଆରମ୍ଭ ହୋଇଛି ଭର୍ଚୁଆଲ ଶୁଣାଣି। ଭିଡିଓ ଲିଙ୍କ୍‌ରେ ଯୋଡ଼ିହେଲେ ପ୍ରଧାନ ବିଚାରପତି ଏସ୍‌. ଏ. ବୋବ୍‌ଡେ। ସୂଚନାଯୋଗ୍ୟଯେ, ପ୍ରଧାନ ବିଚାର ପତି ଜଷ୍ଟିସ୍‌ ବୋବ୍‌ଡେ ଏବେ ନାଗପୁରରେ ଅଛନ୍ତି।

ରଥଯାତ୍ରା ମାମଲାରେ ସାନି ଶୁଣାଣି ୩ ଜଣିଆ ଖଣ୍ଡପୀଠରେ କରିବା ପାଇଁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି।

ଆସନ୍ତାକାଲି ଯଦି ରଥଯାତ୍ରା ନହୁଏ ତେବେ ୧୨ ବର୍ଷ ଅଣସର ଗୃହରେ ରହିବେ ମହାପ୍ରଭୁ ବୋଲି କହୁଛନ୍ତି ସେବାୟତ। ତେଣୁ ରାଜ୍ୟ ସରକାର କରୋନା କଟକଣାକୁ ଦୃଷ୍ଟିରେ ରଖି ଗୋଟିଏ ଦିନ କର୍ଫ୍ୟୁ ଘୋଷଣା କରି ରଥ ଯାତ୍ରା କରିପାରିବେ ପରାମର୍ଶ ଦିଆଯାଇଛି। ରଥଯାତ୍ରା ହେଉଛି କୋଟି କୋଟି ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ତେଣୁ ରଥଯାତ୍ରା ହେବାର ଆଶା ରଖିଛନ୍ତି ଭକ୍ତମାନେ।
ଏହି ମାମଲାର ପକ୍ଷଭୁକ୍ତ ହୋଇଛନ୍ତି ରାଜ୍ୟ ସରକାର। ଶହ ଶହ ବର୍ଷ ଧରି ଚାଲୁଥିବା ନୀତି ବନ୍ଦ ହେବା ଉଚିତ୍ ନୁହେଁ।
ତେବେ ଭକ୍ତଙ୍କ ଅଂଶଗ୍ରହଣ ବିନା ହୋଇପାରିବ ରଥଯାତ୍ରା। ଜଷ୍ଟିସ୍ ଅରୁଣ ମିଶ୍ର ଏ ପ୍ରସଙ୍ଗରେ ସିଜେଆଇଙ୍କ ପରାମର୍ଶ ଲୋଡିଥିଲେ।

ସୂଚନାଯୋଗ୍ୟ ଯେ, ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଆୟୋଜନ ପାଇଁ ଦାବି ସହ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଥିଲା। ଅନ୍ୟ ସବୁ ସ୍ଥାନରେ ରଥଯାତ୍ରା ବନ୍ଦ କରି କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ପିଟିସନରେ ଅନୁରୋଧ କରାଯାଇଛି। ଆବଶ୍ୟକ ସ୍ଥଳେ ପୁରୀକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ କରି କେବଳ ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ନେଇ ମହାପ୍ରଭୁଙ୍କ ରଥଯାତ୍ରା କରିବାକୁ ଏଥିରେ ଯୁକ୍ତି ରଖାଯାଇଛି।

ପୁରୀ ରଥଯାତ୍ରା ପାଇଁ ସମ୍ମତି ଜଣାଇଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ବିନା ଭକ୍ତରେ, ବିନା ଗହଳିରେ ରଥଯାତ୍ରା କରିବାକୁ ଉଭୟ ସରକାରଙ୍କ ସମ୍ମତି ଦେଇଥିବା ସୂଚନା ମିଳିଛି। ପୂରା ସାବଧାନତାର ସହ ରୀତିନୀତି ଓ ଯାତ୍ରା ପୂରା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର।

କେବଳ ପୁରୀରେ ରଥଯାତ୍ରା ପାଇଁ ସତ୍ୟପାଠ ଦାଖଲ କରାଯାଇଛି। ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଗଜପତିଙ୍କ ପ୍ରସ୍ତାବ ଅନୁସାରେ ଯାତ୍ରା କରାଯିବ ବୋଲି କୁହାଯାଇଛି। ସରକାର ଏନେଇ ସବୁ ବ୍ୟବସ୍ଥା କରିବେ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।