Odiapua.com

ଚନ୍ଦ୍ର ପୃଷ୍ଠରେ ଆଶାର ଆଲୋକ ଦେଖାଇଲେ ଶନମୁଗା ସୁବ୍ରମଣ୍ୟନ୍ – ଚନ୍ଦ୍ରଯାନ-୨ ର ରୋଭର ପ୍ରଜ୍ଞାର ଗତିବିଧି ଟ୍ରାକ କଲେ

ନୂଆ ଦିଲ୍ଲୀ ୨-୮ (ଓଡ଼ିଆ ପୁଅ) ମନେ ପକାନ୍ତୁ ଚେନ୍ନାଇର ଟେକି, ଶାନମୁଗା ସୁବ୍ରମଣ୍ୟନ୍, ଯିଏ ଡିସେମ୍ବର ୨୦୧୯ ରେ ଲ୍ୟାଣ୍ଡର ବିକ୍ରମର ଆବର୍ଜନା ଚିହ୍ନଟ କରିବାରେ ସାହାଯ୍ୟ କରିଥିଲେ। ସେହି ବ୍ୟକ୍ତି, ମାସ ମାସ ଧରି ଚନ୍ଦ୍ର ପୃଷ୍ଠର ଫଟୋକୁ ଯାଞ୍ଚ କରି ଆବର୍ଜନା ସନ୍ଧାନରେ ତାଙ୍କର ସଦ୍ୟତମ ଆବିଷ୍କାର ଘୋଷଣା କରିଛନ୍ତି।

ସୁବ୍ରମଣ୍ୟନ ଟ୍ୱିଟରରେ କହିଛନ୍ତି ଯେ “ଚନ୍ଦ୍ରଯାନ ୨ ର ରୋଭର୍ ପ୍ରଜ୍ଞା” ଚନ୍ଦ୍ର ପୃଷ୍ଠରେ ଅକ୍ଷୁର୍ଣ୍ଣ ରହିଛି ଏବଂ ବିକ୍ରମ ଲ୍ୟାଣ୍ଡର୍ ଠାରୁ କିଛି ମିଟର ଦୂରରେ ପଡ଼ିରହିଛି। ରଫ୍ ଲ୍ୟାଣ୍ଡିଙ୍ଗ କାରଣରୁ ଏହାର ପେ ଲୋଡ୍ସ ବିଚ୍ଛିନ୍ନ ହୋଇଯାଇଥିଲା ବୋଲି ସେ ନିଜ ଟ୍ୱିଟ୍‌ରେ ପ୍ରକାଶ କକରିଛନ୍ତି। ସେ ସବିଶେଷ ତଥ୍ୟ ଦେବାକୁ ଯାଇ ଅନେକ ଟ୍ୱିଟ କରିଛନ୍ତି। “ବାସ୍ତବରେ ରୋଭର ଲ୍ୟାଣ୍ଡରରୁ ବାହାରି ଆସିଛି ଏବଂ ଚନ୍ଦ୍ର ପୃଷ୍ଠରୁ କିଛି ମିଟର ଯାତ୍ରା କରିଛି” ବୋଲି ସେ କହିଛନ୍ତି।

ନୋଭେଲ୍ କରୋନାଭାଇରସ୍ ମହାମାରୀ କାରଣରୁ ଅଧିକରୁ ଅଧିକ ଲୋକଙ୍କୁ ଘରୁ କାମ କରିବାକୁ ପଡ଼ୁଛି। ଏହି ସମୟରେ ଶାନମୁଗା ସୁବ୍ରମଣ୍ୟନ୍ ସମାଜ ପାଇଁ ଏକ ପ୍ରକଳ୍ପରେ କାମ କରିବାକୁ ଚାହୁଁଥିଲେ। ଆୟୁଷ ଡାକ୍ତରଙ୍କ ସହ ସେ ବର୍ତ୍ତମାନ ନିମ୍ବ ପତ୍ରକୁ ଡାଏଟ୍ ସପ୍ଲିମେଣ୍ଟ କିପରି ବ୍ୟବହାର କରାଯାଇପାରିବ ସେ ଉପରେ ଏକ କ୍ଲିନିକାଲ୍ ଅଧ୍ୟୟନ କରୁଛନ୍ତି।

ଇଣ୍ଡିଆ ଟୁଡେ କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସୁବ୍ରମଣ୍ୟନ୍ କହିଛନ୍ତି ଯେ, “ଆମେ ଜାଣିବାକୁ ପାଇଲୁ ଯେ, ଲୋକମାନେ ନିମ୍ବ ପତ୍ରକୁ ଖାଦ୍ୟର ସପ୍ଲିମେଣ୍ଟ ଭାବରେ ବ୍ୟବହାର କରି ଶୀଘ୍ର ଆରୋଗ୍ୟ ହେଉଛନ୍ତି। କିନ୍ତୁ ଏହାକୁ ବିଶେଷ କେହି ଗ୍ରହଣ କରୁନଥିଲେ, ତେଣୁ ମୁଁ ନିରାଶ ହୋଇ ନିଜର ମନକୁ ପରିବର୍ତ୍ତନ କରିବା ପାଇଁ ରୋଭର ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲି।”

ଚନ୍ଦ୍ରଯାନ-୨ ର ପ୍ରଜ୍ଞା ରୋଭରର ଗତିବିଧିକୁ ଟ୍ରାକ୍ କରିବା ପାଇଁ ସେ ନାସାର ISIS3 USGS ସଫ୍ଟୱେୟାର ବ୍ୟବହାର କରିଥିଲେ। ଶାନମୁଗା ସୁବ୍ରମଣ୍ୟନ୍ ନାସା ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ସହିତ ତାଙ୍କର ଅନୁସନ୍ଧାନ ବାଣ୍ଟିଛନ୍ତି ଏବଂ ସେମାନଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛନ୍ତି।

ISRO ର ଚେୟାରମ୍ୟାନ୍ କେ ସିଭାନ୍ ନ୍ୟୁଜ୍ ଏଜେନ୍ସି IANS କୁ କହିଛନ୍ତି ଯେ, ସେମାନେ ସୁବ୍ରମଣ୍ୟନଙ୍କ ମେସେଜ୍ ପାଇଛନ୍ତି ଏବଂ ବିଶେଷଜ୍ଞମାନେ ମଧ୍ୟ ଏହାର ବିଶ୍ଳେଷଣ କରୁଛନ୍ତି। ସିଭାନ୍ ଆହୁରି ମଧ୍ୟ କହିଛନ୍ତି ଯେ କମାଣ୍ଡଗୁଡିକ ହୁଏତ ଲ୍ୟାଣ୍ଡରକୁ ଅନ୍ଧ ଭାବରେ ପଠାଯାଇପାରେ। ଏକ ଭିନ୍ନ ସମ୍ଭାବନା ହୋଇପାରେଯେ, ଯେ ଲ୍ୟାଣ୍ଡର କମାଣ୍ଡ ଗ୍ରହଣ କରି ଏହାକୁ ରୋଭରକୁ ପଠାଇ ପାରେ, କିନ୍ତୁ ଲ୍ୟାଣ୍ଡର ପୃଥିବୀକୁ ଠିକ ଭାବରେ ଯୋଗାଯୋଗ କରିବାରେ ବର୍ତ୍ତମାନ ଅସମର୍ଥ ବୋଲି ISRO ମୁଖ୍ୟ କହିଛନ୍ତି।

ବିକ୍ରମର ହାର୍ଡ଼ ଲ୍ୟାଣ୍ଡି ହେବାର ପ୍ରାୟ ୧୦ ମାସ ପରେ, ଚନ୍ଦ୍ରଯାନ-୨ ମିଶନରେ, ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର (ପ୍ରଜ୍ଞା) ​​ସହିତ ସମ୍ପର୍କ ପ୍ରାୟତଃ ନଷ୍ଟ ହୋଇଯାଇଛି ବୋଲି ଆଶା କରାଯାଉଛି। ତଥାପି, ସୁବ୍ରମଣ୍ୟନ୍ ଙ୍କ ଦ୍ୱାରା ଅନୁସନ୍ଧାନ କରାଯାଇଥିବା ସାମ୍ପ୍ରତିକ ତଥ୍ୟ ଉପରେ ଆଶା କରାଯାଇପାରେ ଯେ, ରୋଭରକୁ ISRO ର କିଛି ନିର୍ଦ୍ଦେଶ ମିଳିପାରେ।

ସୁବ୍ରମଣ୍ୟନ୍ କହିଛନ୍ତି ଯେ, “ବର୍ତ୍ତମାନ ମୁଁ ମୋର ମେଲ ଏବଂ ମୁଁ ପାଇଥିବା ସବିଶେଷ ତଥ୍ୟର ଉତ୍ତର ପାଇବା ପାଇଁ ISRO କିମ୍ବା ନାସାକୁ ଅପେକ୍ଷା କରିଛି।”