Odiapua.com

ଆର୍ଥିକ ସଙ୍କଟ ଉପରୁ ଧ୍ୟାନ ହଟାଇବା ପାଇଁ ଚନ୍ଦ୍ରାୟଣ ୨ ଲ୍ୟାଣ୍ଡିଂ ଉପରେ ଜୋର ଦିଆଯାଉଛି : ମମତା ବାନାର୍ଜୀ

ନୂଆ ଦିଲ୍ଲୀ ୬-୯ (ଓଡ଼ିଆ ପୁଅ) ଚନ୍ଦ୍ରାୟଣ-୨ ଲ୍ୟାଣ୍ଡିଙ୍ଗ ପୂର୍ବରୁ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ରାଜନୈତିକ କଟାକ୍ଷ କରିଛନ୍ତି। ସେ କହିଲେ କି “ଯେପରିକି ପ୍ରଥମ ଥର ଦେଶରେ ଚନ୍ଦ୍ରଯାନ ଲଞ୍ଚ ହୋଇଛି। ଏହା ପୂର୍ବରୁ ମଧ୍ୟ ସେମାନେ ସରକାରରେ ଥିଲେ ସେତେବେଳେ ଏମିତି ମିଶନ କ’ଣ ପାଇଁ ହେଲା ନାହିଁ। ଏହା ସବୁ ଆର୍ଥିକ ସଙ୍କଟ ଉପରେ ଘଣ୍ଟ ଘୋଡ଼ାଇବା ପାଇଁ ଏବଂ ଲୋକଙ୍କର ଧ୍ୟାନ ଭଟକାଇବାକୁ କରାଯାଉଛି।