Odiapua.com

ଚାଖି ଖୁଣ୍ଟଆଙ୍କ ୧୯୯ ତମ ଜୟନ୍ତୀ ପାଳିତ

ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ୧୮୫୭ ସଂଗ୍ରାମର ମୁଖ୍ର ପୁରଧା ଚନ୍ଦନ ହଜୁରୀ ବା ଚାଖି ଖଉଣ୍ଟିଆଙ୍କ ୧୯୯ ତମ ଜୟନ୍ତୀ ପାଳିତ ହୋଇଥିଲା। ଏହି ଅବସରରେ ପିକେଡ଼ିଏ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଚନ୍ଦନ ହଜୁରୀଙ୍କ ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ଓ ଚାଖି ଖୁଣ୍ଟିଆ ସ୍ମୃତି ସମିତିର ମିଳିତ ସହୋଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦିପ କୁମାର ସାହୁ, ଉପ-ଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଚାଖି ଖୁଣ୍ଟିଆ ସ୍ମୃତି ସମିତିର ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ।