ନୂଆ ଦିଲ୍ଲୀ ୨-୫ (ଓଡ଼ିଆ ପୁଅ) ଚକ-ହାଓ, ମଣିପୁରର କଳା ଚାଉଳ (ବ୍ଲାକ ରାଇସ୍) କୁ ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ (ଜିଆଇ) ଟ୍ୟାଗ୍ ମିଳିଛି। ଏହା ଏକ ସୁଗନ୍ଧିତ ଚାଉଳ ଏହାର ବିଶେଷ ସୁଗନ୍ଧ ଏବଂ ପୁଷ୍ଟିକର ମୂଲ୍ୟ ଯୋଗୁଁ ବେଶ୍ ପରିଚିତ। ଏହାକୁ ମଣିପୁରରେ ଚାଷ କରାଯାଇଥାଏ। ବର୍ତ୍ତମାନ ଓଡ଼ିଶାର କେତେକ ସ୍ଥାନରେ ଏହାର ଚାଷ କରାଯାଉଛି।