ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଗାଳି କରିବା ପରେ ସେଲିବ୍ରେସନ୍ କରିଛି ମହିଳା ମୋର୍ଚ୍ଚା! ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଆଇଟି ସେଲ୍ ସଂଯୋଜିକା ଦୁଇ ଦିନ ତଳେ ନିଜ ଦଳର ସାଂସଦ ତଥା ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି ଅନେକ ଗୁଡ଼ିଏ କଥା ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ। ଯାହା ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହ ଦଳ ଭିତରେ ଥିବା ଫାଟକୁ ପଦାରେ ପକାଇ ଦେଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଭିତରେ ନିଜ ପ୍ରତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆଇଟି ସେଲ୍ ସଂଯୋଜିକା ଜଣଙ୍କ ଏପରି ପୋଷ୍ଟ୍ କରିଛନ୍ତି, ନାଁ ଏପରି ପୋଷ୍ଟ୍ କରିବାକୁ ତାଙ୍କୁ ସିଆଡ଼ୁ ଲିଖିତ ନିର୍ଦ୍ଦେଶ ଆସିଛି ତାହା ସନ୍ଦେହରେ ରହିଛି। ସେଥିରେ ପୁଣି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ମୌନ ରହିଛନ୍ତି। ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ସଂଯୋଜିକାଙ୍କ ନିଜ ଦଳର ଜଣେ ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ପ୍ରତି ଆକ୍ଷେପମୂଳକ ପୋଷ୍ଟ୍ ଉପରେ ରାଜ୍ୟ ସଭାନେତ୍ରୀଙ୍କ ସମର୍ଥନ ରହିଛି, ନାଁ ମହିଳା ମୋର୍ଚ୍ଚା ତାଙ୍କ କଣ୍ଟ୍ରୋଲରେ ନାହିଁ, ଏମିତିରେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
/-DevDr