Odiapua.com

ଆସିଲା ସିସିଟିଭି ଫୁଟେଜ୍: ଏହିପରି ବ୍ୟାଗ୍ ରେ ବୋମା ଧରି ଚର୍ଚ୍ଚରେ ପ୍ରବେଶ କରିଥିଲା ସନ୍ଦିଗ୍ଧ ଆତଙ୍କୀ ! ଭିଡ଼ିଓ

ନୂଆଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ରବିବାର ଇଷ୍ଟର ଦିନ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋ ସହିତ ଦେଶର ଅନେକ ଭାଗରେ ରବିବାରଦିନ ଖୀଷ୍ଟ୍ରିଆନ୍ ମାନଙ୍କର ପବିତ୍ର ପର୍ବ ଇଷ୍ଟର ଦିନ ଚର୍ଚ୍ଚ ଏବଂ ହୋଟେଲକୁ ଚିହ୍ନଟ କରି ବୋମା ବିଷ୍ପୋରଣ କରାଯାଇଛି। ଏହି ବିଷ୍ପୋରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ଅତିକମରେ ୩୨୧ ଲୋକଙ୍କର ମୃତ୍ୟୁ ହୋଇଛି। ଏବଂ ୫୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆଜି ପର୍ଯ୍ୟନ୍ତ ୧୩ ଜଣ ଆରୋପିଙ୍କୁ ପୁଲିସ ଗିରଫ କରିଛି। ସରକାର କହିଛନ୍ତି ଅଧିକାଂଶ ବିଷ୍ପୋରଣ ଆତ୍ମଘାତୀ ଥିଲା। ମୃତକଙ୍କ ମଧ୍ୟରେ ଭାରତୀୟ ଏବଂ ପାକିସ୍ତାନୀ ସମେତ ସର୍ବମୋଟ ୩୫ ଜଣ ବିଦେଶୀ ନାଗରିକ ମଧ୍ୟ ଥିଲେ। ବିଷ୍ପୋରଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ, ହୋଇଛି। ସେ କେରଲର ନିବାସୀ।

ଇତି ମଧ୍ୟରେ Sky News ଦ୍ୱାରା କରାଯାଇଥିବା ଏକ ଟ୍ୱିଟ୍ ରୁ ସନ୍ଦିଗ୍ଧ ଆତଙ୍କବାଦୀ କିପରି ସେବାଷ୍ଟିଆନ୍ ଚର୍ଚ୍ଚରେ ପ୍ରବେଶ କରୁଛି ଯାହାକି CCTV କ୍ୟାମେରାରେରୁ ରେକର୍ଡ଼ କରାଯାଇଛି ବୋଲି କୁହାଯାଇଛି। ଏହି ଭିଡ଼ିଓରେ ଦେକାଯାଉଛିୟେ, ସନ୍ଦୀଗ୍ଧ ଆତ୍ମଘାତୀ ଆତଙ୍କବାଦୀ ଗୋଟିଏ ପିଠୁ ବ୍ୟାଗ୍ ରେ ବୋମା ଧରି ସେବାଷ୍ଟିଆନ୍ ଚର୍ଚ୍ଚରେ ପ୍ରବେଶ କରୁଛି। ଏବଂ ଏହି ଭିଡ଼ିଓଟି ବିଭିନ୍ନ ଆଙ୍ଗେଲରୁ ମଧ୍ୟ ସ୍ପଷ୍ଟ ଦେଖାଯାଉଛି କି ସେ ଚର୍ଚ୍ଚରେ କିପରି ପ୍ରବେଶ କରୁଛି ତେବେ ଆପଣ ମଧ୍ୟ ଦେଖି ନିଅନ୍ତୁ ଏହି ଭିଡ଼ିଓ …

ସୂଚନାଯେଗ୍ୟଯେ, ISIS କରିଥିଲା ଶ୍ରୀଲଙ୍କାରେ ହୋଇଥିବା ସିରିଜ୍ ବୋମା ବିଷ୍ପୋରଣ! କଲୋମ୍ବୋରେ ପୁଣି ଆକ୍ରମଣର ଆଶଙ୍କା, ଆଲର୍ଟ ଜାରୀ

ଏହି ସିରିଜ୍ ବୋମା ବିଷ୍ପୋରଣରେ ନିଜକୁ ଦାୟୀ କରିଛି ISIS. ଶ୍ରୀଲଙ୍କା ରବିବାରଦିନ ଆଠଟି ସ୍ଥାନରେ ଗୋଟିଏ ପରେ ଗୋଟିଏ ବୋମା ବିଷ୍ପୋରଣ ହୋଇଥିଲା। ଏଥିରେ ଇସ୍ଲାମିକ ଷ୍ଟେଟ ନିଜକୁ ଦାୟୀ କରିଛି। ମଙ୍ଗଳବାରଦିନ ଶ୍ରୀଲଙ୍କା ପୁଲିସ ଏକ ଆଲର୍ଟ ଜାରୀ କରିଛି। ଶ୍ରୀଲଙ୍କା ପୁଲିସ ମୁତାବକ ଆତ୍ମଘାତୀ ଆକ୍ରମଣ ପୁନଃ କଲମ୍ବୋରେ ହୋଇପାରେ ବୋଲି ଶ୍ରୀଲଙ୍କା ପୁଲିସ ଭାରତୀୟ ସୁରକ୍ଷା ଏଜେନ୍ସି ତରଫରୁ ମିଳିଥିବା ଖୁପିଆ ସୂଚନା ପରେ ଏହି ଆଲର୍ଟ ଜାରୀ କରିଛି।

ଇତିମଧ୍ୟରେ ଶ୍ରୀଲଙ୍କାରେ ସୋମବାର ଅର୍ଦ୍ଧ ରାତ୍ରରୁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଏହାର ସୂଚନା ରାଷ୍ଟ୍ରପତି କାର୍ଯ୍ୟାଳୟ ଦେଇଛି। ତା’ ଅନୁସାର ବିଶେଷ କାର୍ଯ୍ୟାନୁଷ୍ଠାନ କରିବା ଏବଂ ଲୋକମାନଙ୍କର ସୁରକ୍ଷାକୁ ପ୍ରାଥମିକତା ଦେବାପାଇଁ ଏହି ନିଷ୍ପତି ନିଆଯାଇଛି। ଯାହାଫଳରେ ପୁଲିସ ସହିତ ହିଁ ସ୍ଥଳ, ଜଳ ଏବଂ ବାୟୁ ସେନାକୁ ଜାଞ୍ଚ ଏବଂ ସିକ୍ୟୁରିଟିର ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରିବାରେ କୌଣସି ଅସୁବିଧା ନ ହେଉ। ତା’ ସହିତ ଏହା ମଧ୍ୟ କୁହାଯାଇଛି କି ଏହି ଜରୁରୀକାଳୀନ ପରିସ୍ଥିତି କେବଳ ସୁରକ୍ଷା ଦୃଷ୍ଟିରୁ ଲଗାଯାଇଛି। ଏହି ସମୟରେ ଅଭିବ୍ୟକ୍ତିର ସ୍ଵତନ୍ତ୍ରତା ଉପରେ କୌଣସି ରୋକ ନାହିଁ।