ନୂଆଦିଲ୍ଲୀ: ଗୁଗଲ୍ ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା ଲାଗୁ କରିଛି ଭାରତୀୟ ପ୍ରତିଦ୍ବନ୍ଦ୍ବିତା ଆୟୋଗ (ସିସିଆଇ)। ପ୍ଲେ ଷ୍ଟୋର ନୀତିକୁ ନେଇ ନିଜର ଆଧିପତ୍ୟକୁ ଦୂରୁପଯୋଗ କରିବା ଅଭିଯୋଗରେ ଗୁଗଲ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜୋରିମାନା ଲାଗୁ କରିବା ସହିତ ସିସିଆଇ ଏକ ସିଜ୍- ଏଣ୍ଡ- ଡେଜିଷ୍ଟ ବା ବନ୍ଦ ଓ ବିରତ ଆଦେଶ ଦେଇଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବା ଲାଗି ମଧ୍ୟ ଗୁଗଲକୁ ନିର୍ଦ୍ଦେଶ ଦେଇଛି ଆୟୋଗ। ଆପ୍ ଡେଭଲପର୍ସଙ୍କ ପାଇଁ, ଅନ୍ତିମ ବ୍ୟବହାରକାରୀଙ୍କ ନିକଟରେ ନିଜର ଆପ୍ ପହଞ୍ଚାଇବା ଲାଗି ଏବଂ ଆପ ଷ୍ଟୋରରେ ଏହାକୁ ଉପଲବ୍ଧ କରିବା ଲାଗି ଅପରେଟିଂ ସିଷ୍ଟମ ଇନଷ୍ଟଲ୍ ହୋଇଥିବା ଏକ ସ୍ମାର୍ଟ ଡିଭାଇସ୍ ଆବଶ୍ୟକ ହୋଇଥାଏ। ଭାରତରେ ଲାଇସେନ୍ସ ଯୋଗ୍ୟ ମୋବାଇଲ୍ ଅପରେଟିଂ ସିଷ୍ଟମରେ ବଜାର ଗତିଶୀଳତାର ଗ୍ରହଣୀୟତା ଏହା ସ୍ପଷ୍ଟ କରିଥାଏ ଯେ, ଗୁଗଲର ଆଣ୍ଡ୍ରଏଡ ଅପରେଟିଂ ସିଷ୍ଟମ ପରୋକ୍ଷ ନେଟୱର୍କ ପ୍ରଭାବକୁ ସଫଳତା ପୂର୍ବକ ହାସଲ କରିଛି। ଗୁଗଲର ପ୍ଲେ ଷ୍ଟୋର ଆଣ୍ଡ୍ରଏଡ୍ ମୋବାଇଲ ଇକୋସିଷ୍ଟମରେ ଆପ୍ ଡେଭଲପର୍ସଙ୍କ ପାଇଁ ମୁଖ୍ୟ ବିତରଣ ଚାନେଲ ଭାବେ କାର୍ଯ୍ୟ କରିଥାଏ। ଯାହା ଆପ୍ ମାଲିକମାନଙ୍କୁ ସେମାନଙ୍କ ଆପ୍କୁ ବଜାରକୁ ଛାଡ଼ିବା ପାଇଁ ଅନୁମତି ଦେଇଥାଏ। ସିସିଆଇର ବିଶ୍ଳେଷଣରୁ ଜଣାପଡ଼ିଥିଲା ଯେ ଭାରତରେ ସ୍ମାର୍ଟ ମୋବାଇଲ ଡିଭାଇସ ପାଇଁ ଲାଇସେନ୍ସଯୋଗ୍ୟ ଅପରେଟିଂ ସିଷ୍ଟମ ଏବଂ ଆଣ୍ଡ୍ରଏଡ ସ୍ମାର୍ଟ ମୋବାଇଲ ଅପରେଟିଂ ସିଷ୍ଟମ ପାଇଁ ବଜାରରେ ଗୁଗଲ ପ୍ଲେ ଷ୍ଟୋରର ଆଧିପତ୍ୟ ରହିଛି।
-/Dr
ଗୁଗଲ୍ ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା ..
