Odiapua.com

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଜ୍ୱାଇଁ ଏବଂ “କୈଫେ କଫି ଡେ”ର ସଂସ୍ଥାପକ ଭିଜି ସିଦ୍ଧାର୍ଥ ନିଖୋଜ

ମାଙ୍ଗାଲୁରୁ ୩୦-୭ (ଓଡ଼ିଆ ପୁଅ) ‘କୈଫେ କଫି ଡେ’ ର ସଂସ୍ଥାପକ ଭି.ଜି. ସିଦ୍ଧାର୍ଥ ସୋମବାର ରାତିରୁ ନିଖୋଜ ହୋଇଯାଇଛନ୍ତି। ପୁଲିସ ଅନୁସାରେ କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ଏସ. ଏମ. କୃଷ୍ଣାଙ୍କର ଜ୍ୱାଇଁ ସିଦ୍ଧାର୍ଥ ସକ୍ଲେଶ୍ପୁର ଯାଉଥିଲେ କିନ୍ତୁ ଅଚାନକ ସେ ନିଜର କାର ଚାଳକକୁ ମାଙ୍ଗାଲୁରୁ ଯିବାକୁ କହିଲେ। ପୁଲିସ କହିଛି କି ଦକ୍ଷିଣ କନ୍ନଡ଼ ଜିଲ୍ଲାର କୋଟେପୁରା ନାମକ ସ୍ଥାନରେ ନେତ୍ରବତୀ ନଦୀ ଉପରେ ବନିଥିବା ପୋଲ ନିକଟରେ ସେ କାରରୁ ଓହ୍ଲାଇ ଗଲେ ଏବଂ ସେ ଚାଲକକୁ କହିଲେ କି ସେ ଚାଲିବାକୁ (ୱାକିଂ) କରିବାକୁ ଚାହୁଁଛନ୍ତି। ଦକ୍ଷିଣ କନ୍ନଡ଼ ଜିଲ୍ଲାର ଉପାୟୁକ୍ତ ଶଶିକାନ୍ତ ସେନ୍ଥିଲ କହିଛନ୍ତି କି ସେ (ସିଦ୍ଧାର୍ଥ) ଚାଳକକୁ ତାଙ୍କର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ। ଯେତେବେଳେ ସେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଫେରିଲେ ନାହିଁ ତେବେ ଚାଳକ ପୁଲିସକୁ ଏ ସମ୍ପର୍କରେ ତାଙ୍କର ନିଖୋଜ ହେବାର ଅଭିଯୋଗ ଲେଖାଇଲା। ସେ କହିଛନ୍ତି ୨୦୦ ରୁ ଅଧିକ ପୁଲିସକର୍ମୀ ଏବଂ ଉଦ୍ଧାରକାରୀ ୨୫ଟି ନୌକାରେ ତାଙ୍କୁ ଖୋଜାଖୋଜି କରୁଛନ୍ତି।

ଉପାଯୁକ୍ତ କହିଛନ୍ତି କି ସନ୍ଧାନୀ କୁକୁରମାନଙ୍କର ମଧ୍ୟ ସହାୟତା ନିଆଯାଉଛି। ମାଙ୍ଗାଲୁରୁର ପୁଲିସ ଆୟୁକ୍ତ ସନ୍ଦୀପ ପାଟିଲ ଏକ ସନ୍ଦେଶରେ କହିଛନ୍ତି କି ତଲାସିରେ ସ୍ଥାନୀୟ ମାଛଧରାଳିଙ୍କର ସହାୟତା ନିଆଯାଉ ଅଛି। ଆମେ ଏହା ଜଣିବାକୁ ଚେଷ୍ଟା କରୁଛୁ କି ସେ କାହା କାହା ସହିତ ଫୋନରେ କଥା ହେଉଥିଲେ। କଂଗ୍ରେସ ବିଧାୟକ ୟୁ.ଟି. ଖାଦର ସେଠାରେ ପହଁଞ୍ଚିଛନ୍ତି ଏବଂ ସେ ସମାଚାର ଚ୍ୟାନେଲରେ କହିଛନ୍ତି କି ପୁଲିସ ସମସ୍ତ ପକ୍ଷ ଉପରେ ନଜର ରଖିଛି। ତଲାସି ଅଭିଯାନ ଜାରୀ ଅଛି। ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ବାଙ୍ଗାଲୁରୁ ରେ ଏସ.ଏମ କୃଷ୍ଣାଙ୍କୁ ସାକ୍ଷାତ କରିବା ପାଇଁ ଘରେ ପହଁଞ୍ଚିଛନ୍ତି ଏବଂ ସେ ପରିବାରର ସଦସ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। କଂଗ୍ରେସର ବରିଷ୍ଠ ନେତା ଡି. କେ. ଶିବକୁମାର ମଧ୍ୟ କୃଷ୍ଣାଙ୍କର ଘର ପହଁଞ୍ଚିଛନ୍ତି।