Odiapua.com

CBSE ବୋର୍ଡ ପରୀକ୍ଷା ଦେବେକି ? ଆପଣଙ୍କ ପାଇଁ ଖବର, ମହଙ୍ଗା ହେଲା ପରୀକ୍ଷା ଫିସ୍, ତେବେ କେତେ ହେଲା ଜାଣନ୍ତୁ

ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶଶ୍ରେଣୀର ବୋର୍ଡ ପରୀକ୍ଷା ଫିସ୍ ବୃଦ୍ଧି ହୋଇଛି। ଅନୁସୂଚିତ ଜାତି ଏବଂ ଜନ ଜାତି (SC/ST) ଛାତ୍ରମାନଙ୍କ ପାଇଁ ଏବେ ୫୦ ଟଙ୍କାରୁ ବଢ଼ାଇ ସିଧା ୧୨୦୦ ଟଙ୍କା ଶୁଳ୍କ ଜମା କରିବାକୁ ହେବ, ଏବଂ ସାମାନ୍ୟ ବର୍ଗର ଛାତ୍ରମାନଙ୍କୁ ୧୫୦୦ ଟଙ୍କା ଜମା କରିବାକୁ ହେବ। ସମାଚାର ଏଜେଂସି ଏଏନ୍ଆଇ ଅନୁସାରେ, ସିବିଏସ୍ଇ ସାମାନ୍ୟ ବର୍ଗର ଛାତ୍ରମାନଙ୍କର ଫିସ୍ ରେ ଦୁଇଗୁଣର ବୃଦ୍ଧି କରିଛି।