Odiapua.com

ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବାକି ଥିବା ସମସ୍ତ ପରୀକ୍ଷାକୁ ବାତିଲ କଲା ସିବିଏସଇ

ନୂଆଦିଲ୍ଲୀ ୨୫-୬ (ଓଡ଼ିଆ ପୁଅ) : ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବାକି ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ଏହି ପରୀକ୍ଷାଗୁଡ଼ିକ ଜୁଲାଇ ମାସ ୧ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା।  ଏହି ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଏସଜି ତୁଷାର ମେହତା ।

ସୂଚନାଯୋଗ୍ୟଯେ, ଆଜି ନିଷ୍ପତ୍ତି ନେବ ବୋଲି CBSE ସୁପ୍ରିମକୋର୍ଟଙ୍କୁ କହିଥିଲା। ଏଥି ସହିତ ଆଇସିଏସ୍ଇ ମଧ୍ୟ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଥିଲାଯେେ, ICSE ମଧ୍ୟ ସିବିଏସ୍ଇର ନିଷ୍ପତ୍ତି ଗ୍ରହଣ କରିବ।

ସୂଚନାଯୋଗ୍ୟଯେ, ସୁପ୍ରିମକୋର୍ଟ ଗତ ସପ୍ତାହରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) କୁ ଦଶମ ଏବଂ ଦ୍ୱାଦଶର ଅବଶିଷ୍ଟ ପରୀକ୍ଷାକୁ ବାତିଲ କରିବା ଏବଂ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଆଧାରରେ ଫଳାଫଳ ପ୍ରଦାନ କରିବାକୁ କହିଥିଲେ। ଏଥିପାଇଁ ନିର୍ଣ୍ଣୟ ନେବାକୁ କୋର୍ଟ ମଙ୍ଗଳବାର (୨୩ ଜୁନ୍) ପର୍ଯ୍ୟନ୍ତ ସିବିଏସ୍ଇକୁ ସମୟ ଦେଇଥିଲେ। କିନ୍ତୁ ଆଜି ନିଷ୍ପତ୍ତି ନେବ ବୋଲି CBSE ସୁପ୍ରିମକୋର୍ଟଙ୍କୁ କହିଥିଲା।

କୋଭିଡ -୧୯ ର ମହାମାରୀ ହେତୁ ଏହି ପରୀକ୍ଷା ସ୍ଥଗିତ ରଖାଯାଇଥିଲା।

ପୁନଶ୍ଚ ସୂଚନାଯୋଗ୍ୟଯେ, ଅବଶିଷ୍ଟ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୦୧ ରୁ ୧୫ ଜୁଲାଇ ପର୍ଯ୍ୟନ୍ତ କରିବାକୁ ବିଜ୍ଞପ୍ତି ବାତିଲ କରିବାକୁ କିଛି ଅଭିଭାବକଙ୍କ ଗୋଷ୍ଠୀ କୋର୍ଟରେ ଆବେଦନ କରିଥିଲେ। ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କିମ୍ବା ବ୍ୟବହାରିକ ପରୀକ୍ଷାରେ ଦିଆଯାଇଥିବା ମାର୍କ ଆଧାରରେ ଛାତ୍ରମାନଙ୍କୁ ମାର୍କ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି।

ମହାରାଷ୍ଟ୍ର, ଦିଲ୍ଲୀ ଏବଂ ଓଡିଶା ସରକାର ମଧ୍ୟ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ଅଭିଭାବକମାନେ ଏହି ଆବେଦନରେ କହିଛନ୍ତି ଯେ କରୋନା ଭାଇରସର ସଂକ୍ରମଣ ବୃଦ୍ଧି କାରଣରୁ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସଂକ୍ରମଣ ହେବାର ସମ୍ଭାବନା ରହିଛି।

ଏବେ କୁହାଯାଉଛି ଯେ ଯଦି CBSE ଅବଶିଷ୍ଟ ଦଶମ ଏବଂ ଦ୍ୱାଦଶ ପରୀକ୍ଷାକୁ ବାତିଲ କରେ, ତେବେ ଛାତ୍ରଛାତ୍ରୀମାନଙ୍କୁ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଆଧାରରେ ଗ୍ରେଡ୍ ଦିଆଯାଇପାରିବ। ଏହି ଗ୍ରେଡିଂ ସିଷ୍ଟମ ସାରା ଦେଶରେ ପ୍ରଯୁଜ୍ୟ ହେବ।ଏନେଇ ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି । ପରୀକ୍ଷା ବାତିଲ ନେଇ ସୁପ୍ରିମକୋର୍ଟକୁ ଏସଜି ତରଫରୁ ସୂଚନା ଦିଆଯାଇଛି । ଜୁଲାଇ ମାସ ୧୫ ତାରିଖ ସୁଦ୍ଧା ଆସେସମେଣ୍ଟ କରାଯାଇ ଫଳାଫଳ ପ୍ରକାଶ କରାଯିବ ବୋଲି ଏସଜି ତରଫରୁ କୁହାଯାଇଛି । ନିର୍ଦ୍ଦିଷ୍ଟ ଭାବେ କେବେ ରେଜଲ୍ଟ ବାହାରିବ ସେ ନେଇ ଆସନ୍ତା କାଲି ବିଜ୍ଞପ୍ତି ବାହାରିବ ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ପରୀୟାକୁ ବାତିଲ କରାଯାଇଥିଲା । ପୁନଃ ପରୀକ୍ଷା ଜୁଲାଇ ମାସରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଦେଶରେ ବର୍ତ୍ତମାନ କରୋନା ପରିସ୍ଥିତି ସଙ୍ଗୀନ ରହିଛି । ଏହି ପରିସ୍ଥିତିରେ ପିଲାଙ୍କୁୁ ନେଇ ପରୀକ୍ଷା କରିବା ସମ୍ଭବ ନୁହେଁ ।

ତେବେ କେଉଁ ଆଧାରରେ ପରୀକ୍ଷା ଫଳ ବାହାର କରାଯିବ ଓ ପିଲାମାନେ କିପରି ଉଚ୍ଚ ଶିକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ , ତାହା ଏବେ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।