Odiapua.com

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ପରେ ସିବିଏସ୍ଇର ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ

ନୂଆଦିଲ୍ଲୀ ୧ ଜୁନ (ଓଡ଼ିଆ ପୁଅ)ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ ପରେ ସିବିଏସ୍ଇର ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ ହୋଇଛି।

ସୂଚନାଯୋଗ୍ୟଯେ, ୨୩ ମଇରେ ଶିକ୍ଷା ମନ୍ତ୍ରୀ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ ଆଲୋଚନା କରିଥିଲେ ଏବଂ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ଗ୍ରହଣ କରାଯାଇଥିବା ପରାମର୍ଶକୁ ବିଚାର କରିବା ପରେ ଆଜି ନିଷ୍ପତ୍ତି ନେବାର ଥିଲା। କିନ୍ତୁ ସ୍ୱାସ୍ଥ୍ୟ ଖରାପ ହେତୁ ଏହା ସମ୍ଭବ ହୋଇପାରି ନଥିଲା ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ନ ୫:୩୦ ରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ବୈଠକରେ ପରୀକ୍ଷା ଉପରେ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନିଆଯାଛି।

ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ତାଙ୍କୁ ବିଭିନ୍ନ ରାଜ୍ୟ ତଥା ହିତାଧିକାରୀଙ୍କଠାରୁ ମିଳିଥିବା ପରାମର୍ଶ ଏବଂ ବ୍ୟାପକ ବିଚାର ବିମର୍ଶରୁ ବାହାରୁଥିବା ବିଭିନ୍ନ ବିକଳ୍ପ ବିଷୟରେ ଅବଗତ କରାଯାଇଥିଲା। ଭିଡିଓ କନଫରେନ୍ସିଂ ବୈଠକରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ପ୍ରକାଶ ଜାଭଡେକର, ପୀୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ। ଏହା ବ୍ୟତୀତ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଏଥିରେ ଭାଗ ନେଇଥିଲେ।