Odiapua.com

CBSE ପ୍ରକାଶ କଲା ଦଶମ, ଦ୍ୱାଦଶ କମ୍ପାର୍ଟମେଣ୍ଟ ପରୀକ୍ଷା ଡେଟ୍‌ ସିଟ୍, ପରୀକ୍ଷା ଅଗଷ୍ଟ ୨୫ ରୁ ଆରମ୍ଭ

ନୂଆ ଦିଲ୍ଲୀ ୧୦ ଅଗଷ୍ଟ (ଓଡ଼ିଆ ପୁଅ) ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ମଙ୍ଗଳବାର, ଅଗଷ୍ଟ ୧୦ ରେ କ୍ଲାସ୍ ୧୦ ଏବଂ ୧୨ କମ୍ପାର୍ଟମେଣ୍ଟ ପରୀକ୍ଷା ୨୦୨୧ ପାଇଁ ଡେଟ୍ ସିଟ୍ ପ୍ରକାଶ କରିଛି।

ପରୀକ୍ଷାର୍ଥୀମାନେ CBSE ର ଅଫିସିଆଲ୍ ସାଇଟରେ cbse.nic.in ରେ ଡେଟ୍‌ ସିଟ୍ ଯାଞ୍ଚ କରିପାରିବେ।

ସିବିଏସ୍ଇ କ୍ଲାସ୍ ୧୦ ପରୀକ୍ଷା ଅଗଷ୍ଟ ୨୫ ରେ ଆରମ୍ଭ ହୋଇ ସେପ୍ଟେମ୍ବର ୮ ରେ ଶେଷ ହୋଇଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅଗଷ୍ଟ ୨୫ ରେ ଆରମ୍ଭ ହୋଇ ସେପ୍ଟେମ୍ବର ୧୫ ରେ ଶେଷ ହେବ।

CBSE ଦ୍ୱାଦଶ ଶ୍ରେଣୀ ପାଇଁ ୧୯ ଟି ଏବଂ ଦଶମ ଶ୍ରେଣୀ ପାଇଁ ୧୦ ଟି ବିଷୟରେ ପରୀକ୍ଷା କରିବ।