Odiapua.com

CBSE ଘୋଷଣା କଲା ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଡେଟ ସିଟ : ୧୫ ଫେବ୍ରୁଆରୀ ରୁ ପରୀକ୍ଷା ଆରମ୍ଭ, ପଢ଼ନ୍ତୁ

ନୂଆଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ୨୦୨୦ ପାଇଁ ପରୀକ୍ଷା ତାରଖ ଅର୍ଥାତ୍ ଡେଟ ସିଟ ଜାରୀ କରିଛି। ପରୀକ୍ଷା ୧୫ ଫେବ୍ରୁଆରୀ, ୨୦୨୦ ରୁ ଆରମ୍ଭ ହେବ। ଦଶମ ଶ୍ରେଣୀର ପରୀକ୍ଷା ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୩୦ ମାର୍ଚ୍ଚରେ ସମାପ୍ତ ହେବ। ଯେଉଁ ଛାତ୍ର ଦଶମ ଏବଂ କକ୍ଷା ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସବ୍ଜେକ୍ଟ ୱାଇଜ୍ ଟାଇମ ଟେବୁଲ ଦେଖିବାକୁ ଚାହାଁନ୍ତି, ସେମାନେ cbse.nic.in ସାଇଟରେ ଡେଟ ସିଟ ଡାଉନଲୋଡ କରିପାରନ୍ତି। CBSE ଡେଟ ସିଟ ୨୦୨୦ ଅଫିସିଆଲ ୱେବସାଇଟ cbse.nic.in ରେ ଉପଲବ୍ଧ।