Odiapua.com

ଭାରସାମ୍ୟ ହରାଇ ପୋଖରୀ ଭିତରେ ବୁଡି ଗଲା ଏସ୍କୋର୍ଟ ଗାଡି

ପାଟଣା ୨୧- ୧୦ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଚମ୍ପୁଆ ତୁରୁମୁଙ୍ଗା ରାସ୍ତାର ଲକ୍ଷ୍ମୀ ପଶି ନିକଟରେ ରାସ୍ତାକଡ଼ର ଏକ ପୋଖରୀ ଭିତରେ ଏକ କାର ପଶି ଯାଇଛି। ବିଳମ୍ବିତ ରାତିରେ ଏହି କାରଟି ଭାରସମ୍ୟ ହରାଇ ରାସ୍ତା କଡ଼ ପୋଖରୀ ଭିତରେ ପଶି ଯାଇଛି ତେବେ କୌଣସି କ୍ଷୟ କ୍ଷତି ଜଣା ପଡିନାହିଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ଏକ ଚୋରା କାଠ ଗାଡ଼ିକି ଏସ୍କୋର୍ଟ ଦେଇ ଯାଉଥିବା ଏହି ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଛି।