Odiapua.com

ନୂଆ ଟ୍ରାଫିକ୍ ଆଇନ ଲାଗୁ କରିବା ବନ୍ଦ କରି ସର୍ବଦଳୀୟ ବୈଠକ ଡାକ – ସିପିଆଇ

ଭୁବନେଶ୍ୱର, ୬/୯– (ଓଡ଼ିଆ ପୁଅ) କେନ୍ଦ୍ର ବିଜେପି ସରକାର ନୂଆ ଟ୍ରାଫିକ୍ ଆଇନ ନାଁରେ ଜରିମାନାକୁ ୧୦ଗୁଣ ବୃଦ୍ଧି କରିବା ଅତ୍ୟନ୍ତ ଅଯୌକ୍ତିକ ଓ ନିନ୍ଦନୀୟ। ୫ଟି ରାଜ୍ୟ ଏହାକୁ ଲାଗୁ କରିବା ପାଇଁ ମନା କରି ଦେଇଥିବାବେଳେ ଓଡ଼ିଶା ସରକାର ବାସ୍ତବତା ପ୍ରତି ଆଖି ବୁଜିଦେଇ ଏହାକୁ ଲାଗୁ କରି ମଧ୍ୟବିତ୍ତ ସ୍କୁଟର ଆରୋହୀ ଓ ଗରିବ ଅଟୋଚାଳକଙ୍କଠାରୁ ରାସ୍ତା ମଝିରେ ଅରାଜକତା ସୃଷ୍ଟି କରି ୧୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରିବା ଅତ୍ୟନ୍ତ ଅମାନବୀୟ ବୋଲି ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ମତବ୍ୟକ୍ତ କରିଛନ୍ତି।

ଏକ ପ୍ରେସ୍ ବିବୃତିରେ ସେ କହିଛନ୍ତି– ରାଜ୍ୟ ସରକାର ୩ ମାସ ପାଇଁ ଜରିମାନା ଆଦାୟ ବନ୍ଦ କରନ୍ତୁ। ଏହାକୁ ଓଡ଼ିଶାରେ ଲାଗୁ କରାଯିବା ଉଚିତ କି ନାହିଁ ବିଚାର କରନ୍ତୁ ଏବଂ ଏଥିପାଇଁ ରାଜ୍ୟର ଗରିବ ଓ ମଧ୍ୟବିତ୍ତଙ୍କ ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଏହା ଉପରେ ଆଲୋଚନା ପାଇଁ ଏକ ସର୍ବ ଦଳୀୟ ବୈଠକ ଡାକନ୍ତୁ ବୋଲି ସେ ଦାବି କରିଛନ୍ତି।