Odiapua.com

ନୋବେଲ କୋରୋନା ଭାଇରସ ବ୍ୟାପିବା କାରଣରୁ ଉତ୍ପନ୍ନ ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ

ନୂଆ ଦିଲ୍ଲୀ ୨୭-୧ (ଓଡ଼ିଆ ପୁଅ) ଚୀନରେ ନୋବେଲ କୋରୋନା ଭାଇରସ ବ୍ୟାପିବା କାରଣରୁ ଉତ୍ପନ୍ନ ସ୍ଥିତି ସମ୍ପର୍କରେ କ୍ୟାବିନେଟ ସଚିବ ଆଜି (୨୭.୦୧.୨୦୨୦) ସମୀକ୍ଷା କରିଛନ୍ତି।ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ, ବୈଦେଶିକ ବ୍ୟାପାର, ବେସାମରିକ ବିମାନ ଚଳାଚଳ, ଶ୍ରମ, ପ୍ରତିରକ୍ଷା ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ସଚିବ ତଥା ମହାନିର୍ଦ୍ଦେଶକ (ସଶସ୍ତ୍ର ସେନା ଚିକିତ୍ସା ସେବା) ଉପସ୍ଥିତ ଥିଲେ।ଗତକାଲି ସୁଦ୍ଧା ୧୩୭ଟି ବିମାନରେ ଆସିଥିବା ମୋଟ ୨୯, ୭୦୭ ଜଣ ଯାତ୍ରୀଙ୍କୁ ଯାଂଚ କରାଯାଇଥିବା ସମ୍ପର୍କରେ କ୍ୟାବିନେଟ ସଚିବଙ୍କୁ ଅବଗତ କରାଯାଇଥିଲା।୧୨ ଜଣ ଯାତ୍ରୀଙ୍କ ନମୁନା ଏନଆଇଭି, ପୁଣେକୁ ପଠାଯାଇଛି। ବର୍ତମାନ ସୁଦ୍ଧା କୌଣସି ବ୍ୟକ୍ତିଙ୍କ ଠାରେ ଭାଇରସର ଲକ୍ଷଣ ଦେଖାଯାଇ ନାହିଁ।ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯାଇଛି :ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଯେକୌଣସି ଅସୁସ୍ଥ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବା ଓ ପରିଚାଳନା କରିବା ନିମନ୍ତେ ଚୀନରୁ ପରୋକ୍ଷ ଏବଂ ସିଧାସଳଖ ଯୋଗାଯୋଗ ରହିଥିବା ସମସ୍ତ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ବିମାନରେ ଘୋଷଣା ସୁବିଧା ପ୍ରଦାନ କରିବା।ଚୀନରୁ ପରୋକ୍ଷ ଏବଂ ସିଧାସଳଖ ସଂଯୋଗ ରହିଥିବା ସମସ୍ତ ବିମାନଗୁଡ଼ିକୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିବା।ଗୃହ ମନ୍ତ୍ରଣାଳୟ

ନେପାଳ ସୀମାରେ ଥିବା ସମନ୍ୱିତ ତନଖି ଫାଟକ ଗୁଡ଼ିକରେ ଆଗନ୍ତୁକଙ୍କ ଯାଂଚ କରିବା ଲାଗି ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି ଏବଂ ସେମାନଙ୍କୁ ତନଖି ଫାଟକରେ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ କରିବାକୁ କୁହାଯାଇଛି। ଏସଏସବି/ବିଏସଏଫ/ଇମିଗ୍ରେସନ ଅଧିକାରୀ ଥିବା ତନଖି ଫାଟକଗୁଡ଼ିକୁ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ଚୀନରୁ ଆସୁଥିବା ଜାହାଜ ଅନ୍ତର୍ଜାତୀୟ ବନ୍ଦରରେ ପ୍ରବେଶ ସମୟରେ ଯାତ୍ରୀଙ୍କର ଯାଂଚ ଆରମ୍ଭ ହୋଇଛି।

ନେପାଳ ସୀମାନ୍ତ ୫ଟି ରାଜ୍ୟରେ ଯାଂଚ ଓ ପ୍ରସ୍ତୁତି ସମୀକ୍ଷା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ମୁଖ୍ୟ ଶାସନ ସଚିବମାନଙ୍କ ସହିତ ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା। ମୁଖ୍ୟ ଶାସନ ସଚିବମାନଙ୍କୁ କୁହାଯାଇଛି ଯେ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ଯାତ୍ରୀଙ୍କର ଗୋଷ୍ଠୀସ୍ତରୀୟ ଯାଂଚ ସୁନିଶ୍ଚିତ କରାଯାଉ।ଉହାନରେ ଥିବା ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରି ଆଣିବା ଲାଗି ପଦକ୍ଷେପ ନିଆଯାଉଛି। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଚୀନ ଅଧିକାରୀମାନଙ୍କୁ ଅନୁରୋଧ କରାଯିବ।ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯଥାକ୍ରମେ ଯାତାୟାତ ଓ ରୋଗ ନିରାକରଣ ପାଇଁ ପୃଥକୀକରଣ ବ୍ୟବସ୍ଥା କରାଯିବ।