ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ଥିବା ସେବାରୁ ବଞ୍ଚିତ ଆକାଂକ୍ଷି ଜିଲ୍ଲା ଗୁଡିକରେ ମୋବାଇଲ ସେବା ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହି ପାଞ୍ଚଟି ରାଜ୍ୟ ହେଲା ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଓଡ଼ିଶା। ପାଞ୍ଚଟି ରାଜ୍ୟର ୪୪ଟି ଆକାଂକ୍ଷି ଜିଲ୍ଲାର ସେବା ବଞ୍ଚିତ ୭୨୮୭ଟି ଗ୍ରାମକୁ ଏହି ପ୍ରକଳ୍ପ ଜରିଆରେ ୪ଜି ସେବା ଯୋଗାଇ ଦିଆଯିବ। ଆସନ୍ତା ୫ ବର୍ଷ ନିମନ୍ତେ କାର୍ଯ୍ୟକାରୀତା ଖର୍ଚ୍ଚ ସମେତ ମୋଟ ୬,୪୬୬ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେବ। ସାର୍ବଜନୀନ ସେବା ଆଇନଗତ ବାଧ୍ୟକ ପାଣ୍ଠି (ୟୁଏସଓଏଫ) ଏହି ପ୍ରକଳ୍ପ ଖର୍ଚ୍ଚ ବହନ କରିବ। ରାଜିନାମା ସ୍ୱାକ୍ଷରିତ ହେବାର ୧୮ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ସମାପିତ ହେବ। ଏହା ନଭେମ୍ବର ୨୦୨୩ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି।
/-DevDr