ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁବାରଦିନ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ)କୁ ସ୍ୱୀକୃତି ପ୍ରଦାନ କରାଯାଇଛି। ଏହି ଯୋଜନା ଦେଶରେ ନୀଳ ବିପ୍ଳବକୁ ଆଗକୁ ଆଗେଇ ନେବାରେ ବିଶେଷ ସହାୟକ ହେବ। ପୋଷଣୀୟ ତଥା ଦାୟିତ୍ୱସଂପନ୍ନ ଭାବେ ଭାରତରେ ମତ୍ସ୍ୟଚାଷ ଓ ଉତ୍ପାଦନ ପାଇଁ ଏହା କାର୍ଯ୍ୟ କରିବ। ଏହାର ଦୁଇଟି ପ୍ରମୁଖ ଦିଗ ରହିଛି। ସେଗୁଡ଼ିକ ହେଲା- (୧) କେନ୍ଦ୍ରୀୟ ସେକ୍ଟର ଯୋଜନା (ସିଏସ) ଏବଂ କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ କାର୍ଯ୍ୟକାରୀ କରାଯାଉଥିବା ଯୋଜନା (ସିଏସଏସ)। ଏଥିପାଇଁ ମୋଟ ଆନୁମାନିକ ୨୦,୦୫୦ କୋଟି ଟଙ୍କା ବ୍ୟୟ କରାଯିବ। ସେଥିରେ(୧) କେନ୍ଦ୍ରୀୟ ଅଂଶ ୯,୪୦୭ କୋଟି ଟଙ୍କା ରହିବା ବେଳେ (୨) ରାଜ୍ୟ ଅଂଶ ବାବଦକୁ ୪,୮୮୦ କୋଟି ଟଙ୍କା ଏବଂ ହିତାଧିକାରୀମାନଙ୍କ ଅଂଶ ୫,୭୬୩ କୋଟି ଟଙ୍କା ରହିବ।
ଏହି ଯୋଜନା ଆଗାମୀ ପାଞ୍ଚବର୍ଷ ପାଇଁ ଅର୍ଥାତ୍ ୨୦୨୦- ୨୧ ଠାରୁ ୨୦୨୪- ୨୫ ଆର୍ଥିପ ବର୍ଷ ମଧ୍ୟରେ ପ୍ରବର୍ତ୍ତନ କରାଯିବ।
ପିଏମଏମଏସୱାଇକୁ ଏକ ଅମ୍ବ୍ରେଲା ଯୋଜନା ଭାବେ ଦୁଇଟି ପୃଥକ୍ ବିଭାଗ ଭାବେ, ଅର୍ଥାତ୍, (କ) କେନ୍ଦ୍ରୀୟ ଯୋଜନା (ସିଏସ) ଏବଂ (ଖ) କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ କାର୍ଯ୍ୟକାରୀ ହେଉଥିବା ଯୋଜନା (ସିଏସଏସ) ଭାବେ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନା ଅଧୀନରେ ଏହାକୁ ପୁଣି ଅଣ- ହିତାଧିକାରୀ ଭିତ୍ତିକ ଏବଂ ହିତାଧିକାରୀ ଭିତ୍ତିକ ସବ୍- କମ୍ପୋନେଣ୍ଟ/ କାର୍ଯ୍ୟ ଭାବେ ମୁଖ୍ୟତଃ ନିମ୍ନ ତିନି ଭାଗରେ ବିଭାଜିତ କରାଯାଇଛି:
(କ) ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି
(ଖ) ଭିତ୍ତିଭୂମି ଓ ଅମଳ ପରବର୍ତ୍ତୀ ପରିଚାଳନା
(ଗ) ମତ୍ସ୍ୟଚାଷ ପରିଚାଳନା ଏବଂ ନିୟନ୍ତ୍ରଣ ଢ଼ାଂଚା
ପାଣ୍ଠି ଯୋଗାଣ ଧାରା: ପିଏମଏମଏସୱାଇକୁ ନିମ୍ନଲିଖିତ ଧାରାରେ ପାଣ୍ଠି ଯୋଗାଣ କରାଯିବ ଏବଂ ତଦନୁସାରେ ଏହି ଯୋଜନା କାର୍ଯ୍ୟକାରୀ ହେବ।
କେନ୍ଦ୍ରୀୟ ସେକ୍ଟର ଯୋଜନା (ସିଏଓ):
କ) ସମଗ୍ର ପ୍ରକଳ୍ପ/ ୟୁନିଟ୍ ମୂଲ୍ୟ କେନ୍ଦ୍ର ସରକାର ବହନ କରିବେ ( ଅର୍ଥାତ୍, ୧୦୦% କେନ୍ଦ୍ରୀୟ ପାଣ୍ଠି ଯୋଗାଣରେ ତାହା କାର୍ଯ୍ୟକାରୀ କରାଯିବ)
ଖ) ଯେଉଁଠାରେ ତାହା ପ୍ରତ୍ୟକ୍ଷ ହିତାଧିକାରୀ ଭିତ୍ତିକ ଅର୍ଥାତ୍, ବ୍ୟକ୍ତିବିଶେଷ/ ଗୋଷ୍ଠୀ କାର୍ଯ୍ୟ ଭାବେ ସଂପାଦନ କରାଯାଉଥିବା ସେଠାରେ ଜାତୀୟ ମତ୍ସ୍ୟଚାଷ ବିକାଶ ବୋର୍ଡ଼ (ଏନଏଫଡ଼ିବି)ଙ୍କ ସମେତ କେନ୍ଦ୍ର ସରକାର ସାମିଲ ଥିବେ, ସେଠାରେ କେନ୍ଦ୍ରୀୟ ସହାୟତା ୪୦% ପର୍ଯ୍ୟନ୍ତ ୟୁନିଟ୍/ ପ୍ରକଳ୍ପ ପିଛା ଯୋଗାଇ ଦିଆଯିବ। ଏହା ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ। ଏସସି/ ଏସଟି/ ମହିଳା ବର୍ଗଙ୍କ ପାଇଁ ତାହା ୬୦% ହେବ।
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନା (ସିଏସଏସ):
ଅଣ- ହିତାଧିକାରୀ ଭିତ୍ତିକ ସବ୍ କମ୍ପୋନେଣ୍ଟ/ କାର୍ଯ୍ୟ ଯାହାକି ସିଏସଏସ ଅଧୀରେ କାର୍ଯ୍ୟକାରୀ ହେଉଥିବ ତାହା ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ଦ୍ୱାରା ପ୍ରବର୍ତ୍ତିତ ହେବ। ଏହାର ସମସ୍ତ ପ୍ରକଳ୍ପ/ ୟୁନିଟ୍ ବ୍ୟୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ନିମ୍ନରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଥିବା ମତେ ବହନ କରିବେ:
କ) ଉତ୍ତର ପୂର୍ବାଞ୍ଚଳ ଓ ହିମାଳୟ କ୍ଷେତ୍ରର ରାଜ୍ୟମାନଙ୍କ ପାଇଁ: ୯୦% କେନ୍ଦ୍ରୀୟ ଅଂଶ ଏବଂ ରାଜ୍ୟମାନଙ୍କ ଅଂଶ ୧୦% ରହିବ;
ଖ)ଅନ୍ୟାନ୍ୟ ରାଜ୍ୟମାନଙ୍କ ପାଇଁ : କେନ୍ଦ୍ରୀୟ ଅଂଶ ୬୦% ଏବଂ ରାଜ୍ୟମାନଙ୍କ ଅଂଶ ୪୦% ହେବ;
ଗ) କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସକାଶେ ( ଯାହାର ବିଧାନପାଳିକା ରହିଥିବ ଅଥବା ନଥିବ): ୧୦୦% କେନ୍ଦ୍ରୀୟ ଅଂଶ।
ହିତାଧିକାରୀ ଆଧାରିତ ଅର୍ଥାତ୍, ବ୍ୟକ୍ତିବିଶେଷ/ ଗୋଷ୍ଠୀ କାର୍ଯ୍ୟ ପାଇଁ ସବ୍ କମ୍ପୋନେଣ୍ଟ୍/ କାର୍ଯ୍ୟକ୍ରମ ଯାହାକି ସିଏସଏସ କମ୍ପୋନେଣ୍ଟ ହୋଇଥିବ ତାହା ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନେ ପ୍ରବର୍ତ୍ତନ କରିବେ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନେ ଆର୍ଥିକ ସହାୟତା ଯୋଗାଇଦେବେ। ତେବେ ସେମାନଙ୍କ ଏହି ସହାୟତା ରାଶି ସାଧାରଣ ବର୍ଗଙ୍କ ପାଇଁ ମୋଟ ପ୍ରକଳ୍ପ ମୂଲ୍ୟର ୪୦% ମଧ୍ୟରେ ସୀମିତ ରହିବ ଏବଂ ଏସସି/ ଏସଟି/ ମହିଳାମାନଙ୍କ ଦ୍ୱାରା ପରିଚାଳିତ ପ୍ରକଳ୍ପ/ ୟୁନିଟମାନଙ୍କ କ୍ଷେତ୍ରରେ ତାହା ୬୦% ହେବ। ଅପର ପକ୍ଷରେ ଏଭଳି ସରକାରୀ ଆର୍ଥିକ ସହାୟତା କେନ୍ଦ୍ର ଓ ରାଜ୍ୟ/ କେନ୍ଦ୍ରଶସିତ କ୍ଷେତ୍ରମାନଙ୍କ ମଧ୍ୟରେ ନିମ୍ନ ହାରରେ ବିଭାଜିତ ହେବ:
କ)ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଓ ହିମାଳୟ କ୍ଷେତ୍ରର ରାଜ୍ୟମାନଙ୍କ କ୍ଷେତ୍ରରେ : ୯୦% କେନ୍ଦ୍ରୀୟ ସହାୟତା ଏବଂ ୧୦% ରାଜ୍ୟ ଅଂଶ;
ଖ) ଅନ୍ୟାନ୍ୟ ରାଜ୍ୟମାନଙ୍କ ସକାଶେ: ୬୦% କେନ୍ଦ୍ରୀୟ ଅଂଶ ଏବଂ ରାଜ୍ୟମାନଙ୍କ ଅଂଶ ୪୦%
ଗ) କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ନିମନ୍ତେ ( ସେମାନଙ୍କର ବିଧାନପାଳିକା ଥାଉ ଅବା ନଥାଉ): ୧୦୦ କେନ୍ଦ୍ରୀୟ ଅଂଶ ( କେନ୍ଦ୍ରଶାସିତ କ୍ଷେତ୍ରର କୌଣସି ଅଂଶ ରହିବନାହିଁ)।
ଉପକାରୀତା:
୧) ମତ୍ସ୍ୟଚାଷ କ୍ଷେତ୍ରରେ ଥିବା ଜଟିଳ ଗ୍ୟାପ୍ର ପୂରଣ ଏବଂ ଏହାର ସାମର୍ଥ୍ୟକୁ ହୃଦୟଙ୍ଗମ କରିବା
୨) ଦେଶରେ ମତ୍ସ୍ୟ ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି ଯାହାକି ପୋଷଣୀୟ ଭାବେ ଆନୁମାନିକ ବାର୍ଷିକ ଅଭିବୃଦ୍ଧି ହାର ପ୍ରାୟ ୯% ହେବା ଉଚିତ । ଫଳରେ ୨୦୨୪-୨୫ ସୁଦ୍ଧା ପୋଷଣୀୟ ଓ ଦାୟିତ୍ୱସମ୍ପନ୍ନ ମତ୍ସ୍ୟଚାଷ ବ୍ୟବସ୍ଥା ଦ୍ୱାରା ଦେଶରେ ୨୨ ନିୟୁତ ମେଟ୍ରିକ ଟନ୍ ମାଛ ଉତ୍ପାଦିତ ହୋଇପାରିବ।
୩) ସାର୍ଟିଫାଏଡ଼ ମାଛ ଜାଆଁଳ ଓ ଖାଦ୍ୟ, ଉପଲବ୍ଧତା ବୃଦ୍ଧି କରିବା; ମାଛମାନଙ୍କ ସମ୍ଭାବ୍ୟ କ୍ଷେତ୍ର ଠାବ କରିବା ଏବଂ ସେଥିରେ ସଫଳ ଜଳଜୀବ ସ୍ୱାସ୍ଥ୍ୟ ପରିଚାଳନା ସାମିଲ
୪) ଦେଶରେ ମତ୍ସ୍ୟଚାଷ ସଂପର୍କୀତ ଜଟିଳ ଭିତ୍ତିଭୂମିର ବିକାଶ ଏବଂ ସେଥିରେ ଆଧୁନିକୀକରଣ ଓ ମୂଲ୍ୟ ଚେନ୍ ସୁଦୃଢ଼ୀକରଣ ସାମିଲ
୫) ୧୫ ଲକ୍ଷ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ, ମାଛ ଧରା କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ, ମାଛ ବିକାଳୀ ଓ ଅନ୍ୟାନ୍ୟ ଗ୍ରାମୀଣ/ ସହରାଞ୍ଚଳ ଯେଉଁମାନେ କି ମାଛଚାଷ ଓ ତତ୍ ସଂପର୍କୀତ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନଙ୍କଙ୍କ ପାଇଁ ଉପାର୍ଜନକ୍ଷମ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କ ସଂଖ୍ୟାର ତିନିଗୁଣ ଲୋକଙ୍କ ପାଇଁ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଯେଉଁଥିରେ ସେମାନଙ୍କର ଉପାର୍ଜନ ବୃଦ୍ଧି ଘଟୁଥିବ।
୬) ମତ୍ସ୍ୟଚାଷ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ଯୋଗାଣ ଏବଂ ମତ୍ସ୍ୟ ଓ ମତ୍ସ୍ୟ ଉତ୍ପାଦ କ୍ଷେତ୍ରରେ ପ୍ରତିଯୋଗୀତାମୂଳକ ମନୋଭାବ ବୃଦ୍ଧି କରିବା
୭) ୨୦୨୪ ମସିହା ସୁଦ୍ଧା ଦେଶରେ ମତ୍ସ୍ୟଜୀବୀ, ମତ୍ସ୍ୟ ଶ୍ରମିକ ଓ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସଂଖ୍ୟ ଦ୍ୱିଗୁଣିତ କରିବା
୮) ମତ୍ସ୍ୟଜୀବୀ ଓ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ ନିମନ୍ତେ ସାମାଜିକ, ଦୈହିକ ଓ ଆର୍ଥିକ ନିରାପତ୍ତା ଯୋଗାଣ।