Odiapua.com

TikTok ଏହାର ଭାରତ ବ୍ୟବସାୟ ବିକ୍ରୀ କରିବାକୁ ଚାହୁଁଛି, ତେବେ ମୁକେଶ ଅମ୍ବାନୀଙ୍କ RIL ସହିତ ଚାଲିଛି ପ୍ରାରମ୍ଭିକ ଆଲୋଚନା – ରିପୋର୍ଟ

ନୂଆଦିଲ୍ଲୀ ୧୩-୮ (ଓଡ଼ିଆ ପୁଅ) : ବିଶ୍ୱର ଚତୁର୍ଥ ଧନୀ, ମୁକେଶ ଅମ୍ବାନୀଙ୍କ ନିୟନ୍ତ୍ରିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (RIL) ବର୍ତ୍ତମାନ ପର୍ଯ୍ୟାୟରେ ସର୍ଟ ଫର୍ମ ଭିଡିଓ ସେୟାରିଂ ଆପ୍ ଟିକଟକର ଇଣ୍ଡିଆ ଅପରେସନରେ ବିନିଯୋଗ କରିବା ସମ୍ଭାବନାର ଆକଳନ ପ୍ରାଥମିକ ପର୍ଯ୍ୟାୟରେ ଥିବା ଜଣାପଡ଼ିଛି।

ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ସେପ୍ଟେମ୍ବର ୧୫ ତାରିଖ ଧାର୍ଯ୍ୟ ସମୟ ପୂର୍ବରୁ ଚାଇନାର ସର୍ଟ-ଭିଡିଓ ପ୍ଲାଟଫର୍ମର ଗ୍ଲୋବାଲ ଅପରେସନର ଏକ ନିୟନ୍ତ୍ରିତ ଅଂଶଧନ କିଣିବା ପାଇଁ ଚାଲିଥିବା ମାଇକ୍ରୋସଫ୍ଟର କଥାବାର୍ତ୍ତାର ପୃଷ୍ଠଭୂମି ଉପରେ ଏହି ଆଲୋଚନା ଏବେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ।

ନିକଟରେ ଟିକଟକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କେଭିନ ମେୟର କହିଥିଲେ ଯେ, ତୈଳ ବ୍ୟବସାୟରୁ ଟେଲିକମ୍ କନଗ୍ଲୋରେଟ୍, ଟିକଟକ ଆପ୍ ଇଣ୍ଡିଆ ୟୁନିଟରେ କିଛି ଅଂଶଧନ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି କି ନାହିଁ ତାହା ଜାଣିବା ପାଇଁ ବରିଷ୍ଠ RIL ଅଧିକାରୀଙ୍କ ସହ ଆଲୋଚନା କରିଥିବା, ଏକ ରିପୋର୍ଟରୁ ଜଣା ପଡ଼ିଛି।

ଏହା ପରେ, RIL ଏବଂ ଏହାର ଡିଜିଟାଲ୍ କମ୍ପାନୀ ଜିଓର କର୍ପୋରେଟ୍ ଡେଭଲପମେଣ୍ଟ, ରଣନୀତି ଏବଂ M&A ଟିମ୍ ଏବେ ତୁଳନା କରୁଛନ୍ତିଯେ, ଯଦି ବର୍ତ୍ତମାନ ସମୟରେ କୌଣସି ବିନିଯୋଗ କିମ୍ବା ଅଧିଗ୍ରହଣ ମୂଲ୍ୟବାନ ଅଟେ କି ନାହିଁ। ଅନ୍ୟ ଏକ ରିପୋର୍ଟରେ ପ୍ରକାଶିତଯେ, ଉଭୟ ପକ୍ଷ ସିଧାସଳଖ ଯୋଗାଯୋଗରେ ଅଛନ୍ତି।

ଅବଶ୍ୟ ଏହାକୁ “କଳ୍ପନା ଏବଂ ଗୁଜବ” ବୋଲି କହି RIL କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛି।
କମ୍ପାନୀ ନିରନ୍ତର ଭିତ୍ତିରେ ବିଭିନ୍ନ ସୁଯୋଗର ମୂଲ୍ୟାଙ୍କନ କରେ। ବୋଲି କୁହାଯାଇଛି।

ସେବି ନିୟମ ଅନୁଯାୟୀ ଦାୟିତ୍ୱ ଏବଂ ଷ୍ଟକ୍ ଏକ୍ସଚେଞ୍ଜ ସହିତ ଚୁକ୍ତିନାମା ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛୁ ଏବଂ ଏହା ଆଗକୁ ଜାରି ରଖିବୁ ବୋଲି ଆରଏଲ ମୁଖପାତ୍ର ଏକ ଜାତୀୟ ଗଣମାଧ୍ୟମ ପ୍ରକାଶନକୁ କହିଛନ୍ତି।

ଜାତୀୟ ସ୍ତରର ବିଭିନ୍ନ ନିର୍ଭରଯୋଗ୍ୟ ଉତ୍ସଗୁଡିକ ଉଲ୍ଲେଖ କରିଛନ୍ତି ଯେ, ଆଲୋଚନା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି।

ସେନ୍ସର ଟାୱାର ତଥ୍ୟ ଅନୁଯାୟୀ ୬୫୦ ନିୟୁତରୁ ଅଧିକ ଡାଉନଲୋଡ୍ ସହିତ ଭାରତ ଟିକଟୋକର ସବୁଠାରୁ ବଡ ବଜାର ଅଟେ।

ଟିକଟକର ଚାଇନା ଭିତ୍ତିକ ପ୍ୟାରେଣ୍ଟ୍ କମ୍ପାନୀ ବାଇଟ୍ ଡାନ୍ସ ସୁରକ୍ଷା ଚିନ୍ତା ଏବଂ ତଥ୍ୟ ବଣ୍ଟନକୁ ନେଇ ବିଶ୍ୱସ୍ତରୀୟ ରାଜନୈତିକ ଚାପରେ ରହିଛି।

ଜୁନ୍ ମାସରେ, ଭାରତ ଟିକଟକ ସମେତ ଚାଇନା ଲିଙ୍କରେ ଥିବା ୫୯ ଟି ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇଛି।

ଅର୍ଥନୈତିକ ପଣ୍ଡିତମାନଙ୍କ କହିବା ଅନୁଯାୟୀ, ଟିକଟକର ବ୍ୟବସାୟର ମୂଲ୍ୟ ପ୍ରାୟ ୨.୫ ରୁ ୫ ବିଲିୟନ ଡ଼ଲାରକୁ ଖସିଆସିପାରେ ବର୍ତ୍ତମାନ ଏହାର ମୂଲ୍ୟ ବିଶ୍ୱ ସ୍ତରରେ ୫୦ ବିଲିୟନ ଡଲାର ଥିବା ବେଳେ ଏହାର ମୂଳ୍ୟ ୧୦% କୁ ଖସି ଆସିପାରେ।

ଦୁଅଏ RIL ଅପେକ୍ଷା କରିପାରେ ଏବଂ ଟିକ୍-ଟକର ମୂଲ୍ୟ ଆହୁରି ହ୍ରାସ ହେବାକୁ। ତା’ପରେ ବର୍ତ୍ତମାନ ପର୍ଯ୍ୟାୟରେ “ଚାଇନିଜ୍ ବ୍ରାଣ୍ଡକୁ ଉଦ୍ଧାର କରିବା” ପରିବର୍ତ୍ତେ “ରଣନୈତିକ” ନିଷ୍ପତ୍ତି ନେଇପାରେ।

ଗତ ସପ୍ତାହରେ, ଫାଇନାନ୍ସିଆଲ୍ ଟାଇମ୍ସ (ଲଣ୍ଡନ) ରିପୋର୍ଟ କରିଥିଲା ଯେ ମାଇକ୍ରୋସଫ୍ଟ ଭାରତୀୟ ଏବଂ ୟୁରୋପୀୟ ୟୁନିଟ୍ ସମେତ ଟିକଟୋକର ସମସ୍ତ ଗ୍ଲୋବାଲ୍ ଅପରେସନ୍ ହାସଲ କରିବାକୁ ଚିନ୍ତା କରୁଛି। ଏହାସହ “ବାଇଟ୍-ଡ୍ୟାନ୍ସ ଇନ୍ ଇଣ୍ଡିଆ” ର ଜଣେ ବ୍ୟକ୍ତିଙ୍କୁ ଉଲ୍ଲେଖ କରିଛି ଯେ ଯଦି ଆମେରିକୀୟ ଟେକ୍ ଭାରତୀୟ ୟୁନିଟ୍ କିଣିବନାହିଁ, ତେବେ ଚୀନ୍ ଭିତ୍ତିକ ସଂସ୍ଥା ଦେଶରେ ଟିକ୍-ଟକର ବ୍ୟବସାୟକୁ ଅନ୍ୟ ବିଦେଶୀ କିମ୍ବା ଭାରତୀୟଙ୍କୁ ବିକ୍ରି କରିବାକୁ କ୍ରେତା ଖୋଜିବ।

ଏହା ପୂର୍ବରୁ ବିଭିନ୍ନ ରିପୋର୍ଟରେ ପୂର୍ବରୁ କୁହାଯାଇଛି ଯେ ଜିଓ ଏବଂ କୋଲକାତା ଭିତ୍ତିକ ଶିଳ୍ପ ସଂସ୍ଥା ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍ (PRSG) ଟିକ୍ ଟୋକର ଇଣ୍ଡିଆ ବ୍ୟବସାୟ କିଣିବା ପାଇଁ ଆଗଧାଡ଼ିର ନାମ ଭାବରେ ନାମିତ ହେବେ ଯଦି ସୋସିଆଲ ମିଡିଆ ସଂସ୍ଥାକୁ ପୃଥକ ଭାବରେ ବିକ୍ରି କରାଯାଏ।