Odiapua.com

ବସ ଓଲଟି ୨୦ ଯାତ୍ରୀ ଆହତ

ଅନୁଗୁଳ, ୨୮/୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଆଜି ଅନୁଗୁଳ ଜିଲ୍ଲା ଛେଳିଆଢ଼ିପ ନିକଟରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଛି। ଯାହା ଫଳରେ ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରରୁ ସୁନ୍ଦରଗଡ ଅଭିମୁଖେ ଯାଉଥିବା ସୀତାରାମ ଵସ ଆଜି ଭୋର ସମୟରେ ଜାତୀୟ ରାଜପଥ ୫୫ନଂ ଛେଳିଆଢ଼ିପଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଜମିରେ ଓଲଟି ପଡିଥିଲା।

ଫଳରେ ପ୍ରାୟ ୩୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୋଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।