Odiapua.com

ବାଇକକୁ ଧକ୍କା ଦେଲା ବସ୍: ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର

ଢେଙ୍କାନାଳ ୨୯-୬ (ଓଡ଼ିଆ ପୁଅ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଙ୍କିଆରେ ବାଇକ୍ ରେ ଯାଉଥିବା ଦମ୍ପତିଙ୍କୁ ଧକ୍କା ଦେଇଛି ଏକ ବସ୍। ଏହି ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ, ତାଙ୍କ ସହିତ ଯାଉଥିବା ଧର୍ମପତ୍ନୀ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥାସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମିଳିଛି।