Odiapua.com

କନ୍ଧମାଳ : ଡାଡୁମାହା ଘାଟିରୁ ତଳକୁ ଖସିଲା ବସ୍ ୩୨ ଯାତ୍ରୀ ଆହତ

ବାଲିଗୁଡା, ୧୯-୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଡାଡୁମାହା ଘାଟିରେ ବସ୍ ଦୁର୍ଘଟଣା ଘଟିଛି ପ୍ରକାଶ ଯେ, କୋଟଗଡ଼ ରୁ ଶ୍ରୀରାମପୁର୍ ଯାଉଥିବା ଦିପକ୍ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଟି ସୋମବାର ସନ୍ଧ୍ୟା ରେ ଡାଡୁମାହା ଘାଟିରେ ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସି ପଡିଥିଲା ଫଳରେ ଉକ୍ତ ବସରେ ଥିବା 32ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ କେହି ମୃତାହତ ହୋଇନଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ କୋଟଗଡ଼ ପୋଲିସ୍, ମେଡିକାଲ ଟିମ,ଓ ଆମ୍ବୁଲାନ୍ସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ କୋଟଗଡ଼ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କାର୍ଯ୍ୟ କୁ ତ୍ୱରାନିତ କରାଯାଇଥିବା ଜଣାପଡିଛି।