Odiapua.com

ସୁରଟରୁ ୫୦ପ୍ରବାସୀଙ୍କୁ ଗଞ୍ଜାମ ଆଣି ଆସୁଥିବା ବସ୍‌ ନାଗପୁରରେ ଓଲଟିଲା : କାଲିଠାରୁ ଆଜି ପର୍ଯ୍ୟନ୍ତ ୩ଟି ବସ୍ ଦୁର୍ଘଟଣା

ଭୁବନେଶ୍ୱର ୩-୫ (ଓଡ଼ିଆ ପୁଅ) ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଆସୁଥିବା ଏକ ବସ୍‌ ରବିବାରଦିନ ସକାଳେ ମହାରାଷ୍ଟ୍ରର ନାଗପୁରଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଖବର ଅନୁଯାୟୀ, ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି। କୁହାଯାଉଛିଯେ, ଏହା ବସରେ ପ୍ରାୟ ୫୦ ଜଣ ପ୍ରବାସୀ ଓଡ଼ିଆ ଥିଲେ। ସେମାନଙ୍କ ମଧ୍ୟରେ ମଧ୍ୟରେ ୩ ଜଣ ମହିଳା ଓ ୨ ଜଣ ଶିଶୁ ଥିଲେ। ତେବେ ସମୁଦାୟ ୯ଟି ବସ୍‌ରେ ସୁରଟରୁ ଶନିବାରଦିନ ପ୍ରବାସୀ ଓଡ଼ିଆ ମାନେ ଓଡ଼ିଶା ଅଭିମୁଖେ ଯାତ୍ରା କରିଥିଲେ।

ସୂଚନାଯୋଗ୍ୟଯେ, ଏହା ପୂର୍ବରୁ ଗତକାଲି ରାତ୍ରୀରେ ଅନ୍ୟ ଏକ ବସ୍ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଉଥିଲା। ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ଆଜି ସକାଳେ ମଧ୍ୟ ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବସ୍‌ରେ ୩ ମହିଳାଙ୍କ ସମେତ ୫୭ ଜଣ ଯାତ୍ରୀ ଥିଲେ। ଏଥିରେ କେବଳ ୫ଜଣ ସାମାନ୍ୟ ଆହତ ହୋଇଥିଲେ।