Odiapua.com

ଭାରସାମ୍ୟ ହରାଇ ବସ ଓଲଟି ପଡ଼ିଲା ଦୁଇ ମୃତ ଓ ୬ ସଙ୍କଟାପନ୍ନ, ଅନେକ ଗୁରୁତର

କେସିଙ୍ଗା ୨୮-୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଭୁବନେଶ୍ୱରରୁ ପ୍ରତିଦିନ ପରି ଜୟପୁର ଅଭିମୁଖେ ଯାଉଥିବା ରାତ୍ରି ଦୃତଗାମୀ ବସ ଭାରସାମ୍ୟ ହରାଇ ଜଲକୋ ଗ୍ରାମ ନିକଟରେ ଓଲଟି ପଡିଛି। ଏହି ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନେକ ସଂଖ୍ୟାରେ ଗୁରୁତର ଆହତ ହୋଇ ଚିକିତ୍ସା ଧୀନ ଥିବା ଓ ୬ ଜ ଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାଯାଇଛି। ଘନ କୁହୁଡି ସାଙ୍ଗକୁ ମେଘୁଆ ପାଗ ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରକାଶ ପାଇଛି। ଉକ୍ତ ଗ୍ରାମବାସୀ ଙ୍କ ସହ ପୋଲିସ ପ୍ରଶାସନ ଉଦ୍ଧାର କାର୍ଯ୍ୟ ରେ ଲାଗିରହି ଥିବା ଜଣା ଯାଇଥିବା ବେଳେ ୬ ଜଣଙ୍କୁ ବୁର୍ଲା ମ୍ୟାଡିକାଲ କଲେଜ ଡ଼ାକ୍ତର ଖାନା ସ୍ଥାନାନ୍ତରିତ କରାଯାଇଛି।