Odiapua.com

ଦିଗପହଣ୍ଡିରେ ବସ୍ ଦୁର୍ଘଟଣା: ୧୨ ମୃତ, ଗୋଟିଏ ପରିବାରରୁ ଚାଲିଗଲେ ୧୧ ଜଣ

ଭୁବନେଶ୍ୱର/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟି ୧୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୧ ଜଣ ଗୋଟିଏ ପରିବାରର ଥିଲେ। ଦିଗପହଣ୍ଡି ନିକଟ ମୌଳାଭଣଜା ଛକରେ ଦୁଇଟି ବସ ମଧ୍ୟରେ ମୁହାମୁହିଁ ଧକ୍କା ଘଟି ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ କନ୍ୟାଯାତ୍ରୀ ବ୍ରହ୍ମପୁରରେ ଝିଅ ବାହାଘର କରି ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ଆହତଙ୍କ ମଧ୍ୟରେ ୫ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବ୍ରହ୍ମପୁର ବଡଡ଼ାକ୍ତରଖାନାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ଡା.ସରବଣା ବିବେକ ଏମ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକଣ୍ଣି ପହଞ୍ଚି ତଦାରଖ କରୁଛନ୍ତି।
-/DevD®ath